ରେଗିଂ ନୁହଁ ତାଗିଦ୍ ବଣଭୁଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରସଙ୍ଗ ହୀନ ଘଟଣା।

👇समाचार सुनने के लिए यहां क्लिक करें

ନୀଳଗିରି,୨/୪(ସିଧାସମ୍ବାଦ);
ବଣଭୁଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଗିଂ ନୁହଁ ବରଂ ବଡ଼ ଭାଇମାନେ ସାନ ଭାଇ ମାନଙ୍କୁ ତାଗିଦ୍ କରିଥିଲେ। ଜୀବନ ଶୈଳୀର ଭାବ ଧାରାକୁ ପାଥେୟ କରିବା ପାଇଁ ଦିଗ୍ ଦର୍ଶନ ଦେବା ଘଟଣାକୁ କିଛି ଖଳ ପ୍ରକୃତିର ଲୋକ ଏହି ଘଟଣାକୁ ଭିନ୍ନ ରୂପ ଦେଇଥିବାର ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ଦଶମ ଶ୍ରେଣୀର ଅନ୍ତେବାସୀ ପିଲାମାନେ ନବମ ଶ୍ରେଣୀର ଅନ୍ତେବାସୀ ପିଲାମାନଙ୍କୁ ନିଜ ନିଜର ସମସ୍ତ ଆସବାବପତ୍ରକୁ ସାଇତି ରଖିବା ସହ ସଦାସର୍ବଦା ନିଜ ନିଜର ରୁମ୍ କୁ ସଫା ସୁତୁରା କରିବା ପାଇଁ ତାଗିଦ୍ କରିଥିଲେ। ଜୀବନ ଶୈଳୀକୁ ସଠିକ୍ ମାର୍ଗରେ ନେବା ପାଇଁ ଦଶମ ଶ୍ରେଣୀର ଅନ୍ତେବାସୀ ପିଲାମାନେ ନବମ ଶ୍ରେଣୀର ଅନ୍ତେବାସୀ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ବଡ଼ଭାଇ ହିସାବରେ ଦଶମ ଶ୍ରେଣୀର ଅନ୍ତେବାସୀ ପିଲାମାନେ ନବମ ଶ୍ରେଣୀର ଅନ୍ତେବାସୀ ମାନଙ୍କୁ ଅତି ସ୍ନେହରେ ଏକ କୁଣିଚି ରେ ପିଟି ଥିବାର ସ୍ବୀକାର କରିଛନ୍ତି। ମାତ୍ର ଏହି ଘଟଣାକୁ ଭିନ୍ନ ରୂପ ଦେଇ ରେଗିଂ କରିଥିବାର ପ୍ରସଙ୍ଗ ହୀନ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଦଶମ ଶ୍ରେଣୀର ଅନ୍ତେବାସୀ ପିଲାମାନେ ନବମ ଶ୍ରେଣୀର ଅନ୍ତେବାସୀ ମାନଙ୍କୁ ତାଗିଦ୍ କରିଥିଲେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଇତିଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଏନେଇ ବୁଧବାର ଦିନ ସମସ୍ତ ଅଭିଭାବକ ମାନଙ୍କୁ ଡକାଇ ଏକ ବୈଠକ କରିଥିବା ବେଳେ ଅଭିଭାବକ ମହଲରେ ସେପରି କୌଣସି ଅସନ୍ତୋଷ ଦେଖିବାକୁ ମିଳିନଥିଲା। ଯଦି ଭାଇଚାରା ସମ୍ପର୍କ ଭିତରେ ସାନ ଭାଇ ମାନଙ୍କ ପ୍ରତି କିଛିଅନ୍ୟାୟ କରିଥାଉ ତେବେ ଭୁଲ୍ କରିଥିବାର କ୍ଷମା ପ୍ରାର୍ଥନା ମାଗିଥିଲେ। ବଡ଼ ଭାଇ ମାନେ ବାଡେଇ ନଥିବାର ଗଣମାଧ୍ୟମ ଆଗରେ ନବମ ଶ୍ରେଣୀର ଅନ୍ତେବାସୀ ପିଲାମାନେ ସ୍ବୀକାର କରିଛନ୍ତି।ବିଦ୍ୟାଳୟକୁ ବଦନାମ କରିବା ପାଇଁ ଏହା ଏକ ହୀନ ଚକ୍ରାନ୍ତ ବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें