ଓଡିଆରେ ନାମ ଫଳକ ଅଭିଯାନ ସହିତ ସଚେତନତା ପଦଯାତ୍ରା |

👇समाचार सुनने के लिए यहां क्लिक करें

ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରି ରାଜ୍ୟ ବୀମା ବିଭାଗ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ନୀଳଗିରି ଉପଖଣ୍ଡ ସ୍ତରୀୟ ଓଡିଆରେ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ସକାଳ ୯ ଘଟିକାରେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଏକ ସଚେତନ ଭିତିକ ପଦ ଯାତ୍ରା ରେ ବାହାରି ବଜାର ପରିକ୍ରମା କରିସାରିବା ପରେ ବସଷ୍ଟାଣ୍ଡ ରେ ପହଞ୍ଚି ଥିଲେ | ଏଥିରେ ଫ୍ଲା କାର୍ଡ ଧରି ସଚେତନ ବାର୍ତା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ | ବିଶେଷ ଭାବେ ଓଡ଼ିଆ ଭାଷା କୁ ଉଦ୍ଜୀବିତ କରିବା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ କୁହାଯାଉଥିବା ବେଳେ ପ୍ରତ୍ୟକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଘରୋଇ ସଂସ୍ଥା ରେ ବ୍ୟବହୃତ ନାମ ଫଳକ ଇଂରାଜୀ ବା ଅନ୍ୟ ଭାଷାରେ ନ ଲେଖି ଅନ୍ତତଃ ପକ୍ଷେ ଓଡ଼ିଆ ଭାଷାରେ ଲେଖିବାକୁ ସଚେତନ ବାର୍ତ୍ତା ଦିଆଯାଇଥିଲା | ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଶ୍ରୀହରି ସ୍ୱୟଂ ସାମଲ, କର୍ମଚାରୀ ମଧୁସୂଦନ ଷଣ୍ଢ, ସରୋଜିନୀ ନାୟକ ମହାବୀର ନିର୍ମାଣ ଶ୍ରମିକ ସଂଘ ସଂସ୍ଥାର ସଭାପତି କେଶବ ଲେଙ୍କା, ସମ୍ପାଦକ କୈଳାଶ ଚନ୍ଦ୍ର ଲେଙ୍କା, ପ୍ରମୁଖ ବିଭିନ୍ନ କୋଣ ଅନୁକୋଣ ରୁ ନିର୍ମାଣ ଶ୍ରମିକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें