ପରିତ୍ୟକ୍ତ ଖାଦାନରେ ନାବାଳକା ନିଖୋଜ ଘଟଣା | ଚାରିଦିନ ପରେ ଶବ ଉଦ୍ଧାର |

👇समाचार सुनने के लिए यहां क्लिक करें

ନୀଳଗିରୀ,୧୧/୪ (ସିଧାସମ୍ବାଦ); ଜୈନିକ ନାବାଳକ ପରିତ୍ୟକ୍ତ ପଥର ଖାଦାନରେ ବୁଡ଼ି ଯାଇଥିବା ବେଳେ ଚାରିଦିନ ପରେ ମୃତଦେହ ଉଦ୍ଧାର ହୋଇଛି ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ମିତ୍ରପୁର ଅଞ୍ଚଳରେ ।ପ୍ରାପ୍ତ ସୂଚନା ଅନୁଯାଇ ମିତ୍ରପୁର ଅଞ୍ଚଳରେ ଅନେକ ଖାଦାନ ବନ୍ଦ ପଡ଼ିଥିବା ବେଳେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଗତ ୮ ତାରିଖ ଦିନ ସେହି ଅଞ୍ଚଳ ତୈଳାସାହି ଗ୍ରାମର ୧୬ ବର୍ଷୀୟ ରାଜବୀର ସିଂ ନାମକ ଜଣେ ନାବାଳକ ପଡୋଶୀ ପିଲାଙ୍କ ସହିତ ସାଥିହୋଇ ଉକ୍ତ ପରିତ୍ୟକ୍ତ ଖାଦାନ କୁ ଗାଧୋଇବା ପାଇଁ ଯାଇଥିଲା।ପାଖରେ ଥିବା ଗଛ ଉପରୁ ଚଢି ପାଣିକୁ ଚିଲା ମାରିବାରୁ ଯୁବକ ଜଣକ ବୁଡ଼ି ଯାଇଥିଲା। ପାଣି ରୁ ଆଉ ନବାହାରିବାରୁ ପାଖରେ ଉପସ୍ଥିତ ପିଲାଟି ଗାଁରେ ଆସି କହିଥିଲା।ପରେ ନୀଳଗିରି ଦମକଳ ବାହିନୀ ଯାଇ ବୋର୍ଟ ପକାଇ ପାଣିରେ ବୁଡି ବହୁ ଖୋଜା ଖୋଜି କରିଥିଲେ ସୁଧା ଯୁବକ ଜଣକର ସନ୍ଧାନ ମିଳିନଥିଲା | ତେବେ ଚାରିଦିନ ପରେ ଆଜି ରାଜବୀର ର ଶବ ପାଣିରେ ଭାସୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ | ପରେ ନୀଳଗିରି ଦମକଳ ବାହିନୀ ଶବ ଉଦ୍ଧାର କରି ନୀଳଗିରି ଡାକ୍ତର ଖାନାରେ ପହଞ୍ଚାଇବା ପରେ ନୀଳଗିରି ପୋଲିସ ପକ୍ଷରୁ ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି |

Sidha Sambad
Author: Sidha Sambad

Leave a Comment

और पढ़ें