ନୀଳଗିରି -୧୩/୪(ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ସନ୍ନିକଟ ନୂତନ ବସଷ୍ଟାଣ୍ଡ ନିକଟରେ ୭ମ ବନ ମହୋତ୍ସବ ପାଳନ ହେଉଥିବା ବେଳେ ତୃତୀୟ ସନ୍ଧ୍ୟାରେ କମିଟିର ସଭାପତି ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଦ୍ଘଟିକା ଭାବେ ସ୍ଥାନୀୟ ତହସିଲଦାର ସୋନମ୍ ଦାସ,ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସମାଜସେବୀ ଯୁବନେତା ବିକ୍ରମ ପଣ୍ଡା, ସମ୍ମାନିତଅତିଥି ଆଇ. ଟି ଇଞ୍ଜିନିୟର ବିଜୟ କୁମାର ମହାରଣା, ପିତାମ୍ବର ଓତା, ମଞ୍ଜିତ୍ କୁମାର ବିଶ୍ବାଳ ମଞ୍ଚାସିନ ରହି ଉତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସରପଞ୍ଚ ପୁରସ୍ତମ ସେଠୀ ବିବରଣୀ ପଠନ କରିଥିଲେ। ପରେ ମଞ୍ଚରେ ଅତିଥିମାନେ ସେମାନଙ୍କର ଭାବଗର୍ଭକ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ପ୍ରଶାନ୍ତ ବିଶ୍ୱାଳ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ,ଦୋକାନୀ ସଂଘ ସଭାପତି ସୁରେନ୍ଦ୍ର ଦାସ, ଆଇନଜୀବି ସୋମନାଥ ନାୟକ, ପ୍ରମୁଖ ବହୁ ସମ୍ମାନିତ ଅତିଥି ଯୋଗଦେଇ ଉତ୍ସବର ଶୋଭାମଣ୍ଡନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଥିଲା। ପରେ ସ୍ଥାନୀୟ ଅଂଚଳର ଛୋଟବଡ କଳାକାର ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଶେଷରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଓଡ଼ିଆ କଣ୍ଠଶିଳ୍ପୀ ଏବଂ ନୃତ୍ୟଶିଳ୍ପୀ ମଞ୍ଚରେ ଅଭିନୟ ଓ କଣ୍ଠଦାନ କରିଥିଲେ। ପରେ ଓଡ଼ିଆ ସିନେ ଅଭିନେତା ପପୁ ପମପମ୍ ଙ୍କ ହାସ୍ୟଅଭିନୟ ଓ ଗୀତରେ ଶହଶହ ଦର୍ଶକ ଝୁମିଥିଲେ।





