କୈବର୍ତ୍ତ ସଂପ୍ରଦାୟର ଆରାଧ୍ୟ ପ୍ରଭୁ ଅନନ୍ତନାରାୟଣଙ୍କ ସପ୍ତାହ ବ୍ୟାପି ପୂଜାର୍ଚ୍ଚନା ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ନୀଳଗିରି,୧୩/୪(ସିଧାସମ୍ବାଦ);
ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଠାରେ କୈବର୍ତ୍ତ ସଂପ୍ରଦାୟର ଆରାଧ୍ୟ ଦେବତା ପ୍ରଭୁ ଅନନ୍ତନାରାୟଣଙ୍କ ପୂଜାର୍ଚ୍ଚନା ମହା ଧୁମଧାମରେ ପାଳିତ ହେଉଛି। ମା ଗୋପଚଣ୍ଡୀଙ୍କ ପୀଠରେ ଆୟୋଜିତ ଏହି ପୂଜାଉତ୍ସବରେ ଗ୍ରାମର ପ୍ରାୟ ଦୁଇଶହ କୈବର୍ତ୍ତ ପରିବାର ଭାଗନେଇ ସାତଦିନ ପର୍ଯ୍ୟନ୍ତ ଆମିଷ ନିଷେଧ ସହିତ ଶ୍ରଦ୍ଧାର ସହ ପ୍ରଭୁଙ୍କ ଶରଣାପର୍ଣ୍ଣ ହୋଇଥାନ୍ତି। ୨୦୦୯ ମସିହା ଠାରୁ ଗ୍ରାମର ଉଦଯୋଗି ଯୁବକଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭାଗ ନେଇଥିଲା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୧୭ତାରିଖରେ ମନୋରଞ୍ଜନଧର୍ମୀ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାର କମିଟି ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ମଧୁସୂଦନ ଧାଉଁଡିଆ, ଉପସଭାପତି ପିତାମ୍ବର ଧାଉଁଡିଆ, କୋଷାଧ୍ୟକ୍ଷ ସୁକାନ୍ତ ଦାସଙ୍କ ସମେତ ବହୁ ସଦସ୍ୟଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହିତ ଉତ୍ସବ ପରିଚାଳିତ ହେଉଥିବାର ଦେଖିବାକୁ ମିଳିଛି ।

Sidha Sambad
Author: Sidha Sambad

Leave a Comment

और पढ़ें