ନୀଳଗିରିରେ ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବରରେ ବିଷୁବ ସଂଙ୍କ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ।

👇समाचार सुनने के लिए यहां क्लिक करें

ନୀଳଗିରି, ୧୪/୪ (ସିଧାସମ୍ବାଦ), ଆଜି ମହା ବିଷୁବ ସଂଙ୍କ୍ରାନ୍ତି ଓ ହନୁମାନ ଜୟନ୍ତୀକୁ ନିଳଗିରି ଅଞ୍ଚଳରେ ଥିବା ବିଭିନ୍ନ ହନୁମାନ ମନ୍ଦିର ମାନଙ୍କରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ନୀଳଗିରି ଡାକ୍ତରଖାନା ପାର୍ଶ୍ଵରେ ଥିବା ହନୁମାନ ମନ୍ଦିର ଓ ମା’ ତାରିଣି ମନ୍ଦିର, ତଳସଡ଼କ ସାନଅତାରେ ପଞ୍ଚମୁଖି ହନୁମାନ ମନ୍ଦିର, ବରିସାହି ରେ ହନୁମାନ ମନ୍ଦିର, ଖୁଣ୍ଟୁଣା ଛକରେ ଥିବା ହନୁମାନ ମନ୍ଦିର, ଡାକ ବଙ୍ଗଳା ଠାରେ ଥିବା ଜୟ ହନୁମାନ ମନ୍ଦିର,ଏନଏସି ୭ ନମ୍ବର ୱାଡ଼ ଦାସ ସାହି ହନୁମାନ ମନ୍ଦିର, ରାଜନଗର ପଞ୍ଚମୁଖୀ ହନୁମାନ ମନ୍ଦିର ରେ ହନୁମାନଙ୍କର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।କିଛି ସ୍ଥାନରେ ପୂର୍ବଦିନ ଅଷ୍ଟମ ପ୍ରହରୀ, ନାମ, ଯଜ୍ଞ ହୋଇଥିଲା ବେଳେ ହନୁମାନଙ୍କ ଠାରେ ପୂଜାର୍ଚ୍ଚନା ସହ ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ହୋଇଥିବାର ଦେଖିବାକୁ ମିଳିଥିଲା | ଦିନରେ ଏବଂ ସନ୍ଧ୍ୟାରେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବେଲ ପଣା ବଣ୍ଟନ କରାଯାଇଥିଲା | ସନ୍ଧ୍ୟାରେ ମନ୍ଦିର ମାନଙ୍କରେ ବିଭିନ୍ନ ରଙ୍ଗ ବେରଙ୍ଗରେ ଆଲୋକ ସଜ୍ଜା ଭକ୍ତଙ୍କୁ ବେଶ ଆକର୍ଷିତ କରିଥିଲା |

Sidha Sambad
Author: Sidha Sambad

Leave a Comment

और पढ़ें