ନୀଳଗିରି, ୧୪/୪(ସିଧାସମ୍ବାଦ); ଆଜି ନୀଳଗିରି ବ୍ଳକ ଅନ୍ତର୍ଗତ ପୋଡାଶୂଳ ଛକ କାଳୀମନ୍ଦୀର ଠାରେ ନୂତନ ଶୁଦ୍ଧ ଶୀତଳ ପାନୀୟ ଜଳ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଶୁଭ ଉଦ୍ଘାଟନ କରିଛନ୍ତି | ବିଶେଷ କରି ମା’ ଙ୍କ ଦର୍ଶନ ଏବଂ ପୂଜା ପାଇଁ ଆସୁଥିବା ଭକ୍ତ ମାନଙ୍କ ପାନୀୟ ଜଳର ସମସ୍ୟା କୁ ସମାଧାନ ପାଇଁ ମାନ୍ୟବର ବିଧାୟକ ନିଜ ହାତ ପାଣ୍ଠି ଅନୁଦାନ ରାଶିରେ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି | ଅନ୍ୟମାନଙ୍କ ମଧ୍ୟରେ
୧୨ ନମ୍ବର ଜିଲ୍ଳା ପରିଷଦ ଶ୍ରୀମତି ରଞ୍ଜିତା ସିଂ, ସ୍ଥାନୀୟ ନେତୃତ୍ୱ, ଅଞ୍ଚଳ ବାସି ଉପସ୍ଥିତ ଥିଲେ | ଏନେଇ କାଳୀ ପୂଜା କମିଟି ପକ୍ଷରୁ ବିଧାୟକ ଙ୍କୁ ସାଧୁବାଦ ଜଣାଇଛନ୍ତି |




