ମୋଦି ସରକାର ସମ୍ଭିଧାନ, ଗଣତନ୍ତ୍ର, ସ୍ଵାଧୀନତା, ଭାଇଚାରା, ଉପରେ ଆକ୍ରମଣ ବଦଂ କର

👇समाचार सुनने के लिए यहां क्लिक करें

ଚଳିତ ମାସ 14 04 2025 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ରାୟଗଡ଼ା ଜିଲ୍ଲା ର ଗୁଣପୁର ଅଞ୍ଚଳ ର ଲୁଗୁଂରୁତାଲ, ରିଜିଗଂତାଲ, ଚାଲକମ୍ଭା, କୋଇଲି କଟା,ଠାରେ ବାବା ସାହେବ ଭିମ ରାଓ ଅମ୍ଭେଦକାର କଂ 134 ତମ ଜୟନ୍ତୀ ଦିବସ ପାଳନ କରାଯାଇଛି।
ଭୀମରାଓ ରାମଜୀ ଆମ୍ବେଦକର 1891 ମସିହା ୧୪ ଏପ୍ରିଲ ଜନ୍ମ ଗ୍ରହଣ କରିଥିଲେ – ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନବିତ୍, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ଭାରତର ସମ୍ବିଧାନ ସଭାର ବିତର୍କ ଏବଂ ସାର୍ ବେନେଗାଲ ନରସିଂ ରାଉଙ୍କ ପ୍ରଥମ ଡ୍ରାଫ୍ଟ ଉପରେ ଆଧାରିତ ଭାରତର ସମ୍ବିଧାନ ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷତା କରିଥିଲେ । ଆମ୍ବେଦକର ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।
ବମ୍ବେ ବିଶ୍ୱବିଦ୍ୟାଳୟର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ହାସଲ କରିବା ପରେ , ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିବା , 1927 ଏବଂ 1923 ରେ ଡକ୍ଟରେଟ୍ ହାସଲ କରିଥିଲେ, ଏବଂ 1920 ଦଶକରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ଡକ୍ଟରେଟ୍ କରିବା ସହ ଲଣ୍ଡନର ଗ୍ରେ’ସ ଇନ୍ ରେ ଆଇନରେ ମଧ୍ୟ ତାଲିମ ନେଇଥିଲେ ।
ମୋଦୀ ସରକାରଙ୍କ ଦ୍ଵାରା ଲୋକସଭା ରେ ଶୋଷଧନ ୱାକଫ ବିଲ ଉପସ୍ଥାପିତ କରି ବିରୋଧୀ ଦଳର ମତବେଦକୁ ଅଣଦେଖା କରି ଏକ ପାଖିଆ ବିଲ ଆଣିଛନ୍ତି L ଏ ବିଲ ର ଉଦ୍ଦେଶ୍ୟ ହେଉଛି ମୁସଲମାନ ସମ୍ପ୍ରଦାୟର ସଂକୃତିକ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ବକ୍ତବ୍ୟ ରଖିଛନ୍ତି।
ଉପସ୍ଥିତ ଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें