ସ୍ବୟଂ ସହାୟିକା ଗୋଷ୍ଠୀ ପୁନଃ ଗଠନ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ |

👇समाचार सुनने के लिए यहां क्लिक करें

ନୀଳଗିରି, ୧୫/୪(ସିଧାସମ୍ବାଦ); ନୀଳଗିରି ବ୍ଲକର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଆଜକୁ ୨୫ ବର୍ଷ ଧରି ଏସ,ଏଚ,ଜି ଗ୍ରୁପ ଗଠନ କରିଥିବା ବେଳେ ନିଜ ପାଣ୍ଠିରୁ ସଞ୍ଚୟ କରି ଗୋଷ୍ଠୀ ଗଢିଥିଲେ । ଗତ ୪ ବର୍ଷ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦେଶରେ ମହିଳା ସଂଗଠନ କରାଯାଇ ସିଏଲଏଫ,
ଜିପିଏଲଏଫ,ଵିଏଲଏଫ,
ଡିଏଲଏଫ, ସିଆରପି, ଏମଵିକେ, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କମିତ୍ର ଭଳି ପଦ ପଦବୀ ସବୁ ସ୍ବଚ୍ଚତା ସହିତ ଚୟନ କରି ନିରପକ୍ଷେ ଭାବେ କାର୍ଯ୍ୟ କରି ଆସୁଥିଲେ । ବିଭିନ୍ନ ପଦବୀ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ସ୍ବୟଂ ସହାୟକ ଗୋଷ୍ଠୀ ସହ ଉତ୍ତମ ସମ୍ପର୍କ ରଖି ବିଭାଗୀୟ ଅଧିକାରୀ ନିର୍ଦେଶରେ ବ୍ୟାଙ୍କ ଓ ପଞ୍ଚାୟତରେ ଟଙ୍କା ଉଠାଣ କରି ପ୍ରତି ମାସ କିସ୍ତି ଅନୁସାରେ ଟଙ୍କା ଫେରସ୍ତ କରାଯାଉଥିଲା । ଫଳରେ ସ୍ବୟଂ ସହାୟକ ଗୋଷ୍ଠୀ ଭଉଣୀ ମାନଙ୍କ ର ଆର୍ଥିକ ସ୍ବଚ୍ଛଳତା ବଢିଥିଲା । ମାଇକ୍ରୋ ଫାଇନାନ୍ସ ଭଳି ଘରୋଇ ବ୍ୟାଙ୍କ ମାନଙ୍କରୁ ଜିପିଏଲଏଫ ମାନେ ମଧ୍ୟ ଋଣ ଆଣି ସୁଝି ଚାଲିଥିଲେ । କିନ୍ତୁ ପ୍ରାୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଋଣ ସଂପୂର୍ଣ୍ଣ ସୁଝିନଥିବା ବେଳେ ସରକାରଙ୍କ ନିର୍ଦେଶରେ ଯଦି ପୁର୍ନର ଗଠନ କରାଯାଏ ତେବେ ଋଣ ଧାରୀ ୠଣ ଖିଲାପ ହେବେ । ଏସଏଚଜି ସମସ୍ତ ସଭ୍ୟାଙ୍କୁ ଏକ ହଜାର ଟଙ୍କା ଦେବେ ବୋଲି
ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଆଜି ପାଣିର ଗାର ସଦୃଶ ପାଲଟିଛି । ସରକାର ପ୍ରତିଶୃତି ନରଖି ପ୍ରତାରଣା କରାଯାଉଥିବା ସ୍ୱୟଂ ସହାୟିକା ମହିଳା ମାନେ ଅଭିଯୋଗ ଆଣିଛନ୍ତି | ଏଣୁ ପୁର୍ନର ଗଠନ ପକ୍ରିୟାରୁ ନିବୃତ ରହିବା ପାଇଁ ଆଜି ନୀଳଗିରି ବ୍ଲକର ସମସ୍ତ ସ୍ୱୟଂ ସହାୟିକା ମହିଳା ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୋହନ ସରକାରଙ୍କ ବିରୋଧରେ ନାରା ବାଜି ଦେଇଥିବା ଦେଖିବାକୁ ମିଳିଥିଲା | ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଙ୍କୁ ପ୍ରଦାନ କରିଥିଲେ | ଉକ୍ତ ଦାବିପତ୍ରରେ ସରକାର ପୁନଃ ଗଠନ ରୁ ନିବୃତ୍ତ ରହିବା ପାଇଁ ବିନମ୍ର ଅନୁରୋଧ କରାଯାଇଛି | ଏଠାରେ ସୂଚନା ଯୋଗ୍ୟ ସିଆରପି, ଏମଵିକେ, ବ୍ୟାଙ୍କମିତ୍ର ମାନଙ୍କର ଗତ ତା-୨୫-୦୩-୨୦୨୫ ରେ
ତାଙ୍କର ଏଗ୍ରୀମେଣ୍ଟ ସରିବା ପରେ କାମ କେମିତି କରୁଛନ୍ତି । ଏଥି ପାଇଁ ଧ୍ୟାନ ଦେବା, ,ମହିଳା ସଂଘ ର ସମସ୍ତ ସଭ୍ୟାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ର ସୁଧ ଛାଡ଼ ପ୍ରତିଶୃତି ଦେବା ପ୍ରମୁଖ ଦାବି ସରକାର ଯଦି ନ ମାନନ୍ତି ତେବେ ଆଗାମୀ ଦିନରେ
ଅଧିକାର ଓ ସ୍ବାଭିମାନ ପାଇଁ ବ୍ଲକ କାର୍ଯ୍ୟଳୟ ସାମ୍ନାରେ ଧାରଣାରେ ବସିବା ପାଇଁ ବାଧ୍ୟ ହେବେ ଏବଂ
ଯେଉଁ ପରିସ୍ଥିତି ସୃଷ୍ଟି ହେବ, ସେଥ‌ିପାଇଁ ସରକାର ଦାୟୀ ରହିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଆଜି ଏହି ଦାବିପତ୍ର ପ୍ରଦାନ ବେଳେ ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ, ରାଜୀବ ଦାସବାବୁ, ପ୍ରମୁଖ ବିଜେଡ଼ି ନେତୃମଣ୍ଡଳୀ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें