ଅକ୍ଷୟ ତୃତୀୟା ରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରଥଯାତ୍ରା ପାଇଁନ ରଥକାର୍ଯ୍ୟ ଅନୁକୂଳ

👇समाचार सुनने के लिए यहां क्लिक करें

ପବିତ୍ର ଅକ୍ଷୟ ତୃତୀୟାରେ ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି।ଆଜି ବନଯାଗ ବିଧିରେ ପୂଜା କରିଛନ୍ତି କୁଳ ପୁରୋହିତ।ସକାଳେ ତିନିଠାକୁରଙ୍କ ନୀତି ପୂଜା ଆରମ୍ବ ହୋଇଥିଲା।ଏହାପରେ ଆଜ୍ଞାମାଳ ନେଇ ମଦନମୋହନ,ଭୂଦେବୀ,ଶ୍ରୀଦେବୀ,ରାମକୃଷ୍ଣ,ପଞ୍ଚୁ ପାଣ୍ଡଵ ମନ୍ଦିରରୁ ବାହାରି ରଥଦାଣ୍ଡ ରେ ରୀତିନୀତିରେ ପୂଜାର୍ଚ୍ଚନା ହୋଇ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ନୀଳଗିରି ଠାକୁର ମାହାଲ ତରଫରୁ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଓ ତହସିଲଦାର ସୋନମ ଦାସ ପୂଜାକାର୍ଯ୍ୟରେ ରହି ବନ୍ଦାପନା କରିବା ପରେ ଅଖରେ ଚକ ଭିଡାଯାଇଥିଲା।ଆଜି ଭଳି ଦିନରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲେ।ଅନୁରୂପ ଭାବେ ମହିଳା ରଥ ପାଇଁ ରଘୁନାଥ ଜୀଉ ମଠ ତରଫରୁ ମଧ୍ୟ ରଥ ଅନୁକୂଳ ଆରମ୍ବ ହୋଇଛି।ଏନଏସି ଚେୟାରମ୍ୟାନ ମହେନ୍ଦ୍ରନାଥ ବେହେରା ସାମିଲ ହୋଇଥିଲେ।ନିଲଗିରିରେ ପୁରୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଉଥିବା ବେଳେ ମହାପ୍ରଭୁଙ୍କ ରଥଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ।

Sidha Sambad
Author: Sidha Sambad

Leave a Comment

और पढ़ें