ମନ୍ତ୍ରୀ ଆସୁଛନ୍ତି, ଯାଉଛନ୍ତି, ସ୍ୱଛତା ପ୍ରତି ଦୃଷ୍ଟି ନାହିଁ

👇समाचार सुनने के लिए यहां क्लिक करें

ସମ୍ବଲପୁର (ସିଧା ସମ୍ବାଦ)ରିପୋର୍ଟ – ଆଲୋକ କୁମାର ଦାସ ଐତିହ୍ୟ ନଗରୀ ସମ୍ବଲପୁର ! ପଶ୍ଚିମ ଓଡ଼ିଶାର ହୃତପିଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ ସମ୍ବଲପୁର ସହର କୁ ! ନୂଆ ଡବଲ ଇଂଜିନ ସରକାର ହେବାପରେ ସମ୍ବଲପୁର କୁ ନେତାଙ୍କ ସୁଅ ଛୁଟୁଛି ! ଏପରିକି ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ମଧ୍ୟ ହୋଇ ସାରିଛି !
ଦୁଃଖ ଓ ବିଡ଼ମ୍ବନା ର ବିଷୟଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ, ଯୁଯୁମୁରା ରେଙ୍ଗାଳୀଙ୍କ କାର୍ଯ୍ୟାଳୟ ସମ୍ବଲପୁର ସହର ମଧ୍ୟରେ ଅବସ୍ଥାପିତ ହୋଇଥିଲେବି, ଏହି କାର୍ଯ୍ୟାଳୟ ର ସ୍ୱଛତା ପ୍ରତି କାହାର ବି ନିଘା ନାହିଁ ! ଅଫିସ ମଧ୍ୟକୁ ପ୍ରବେଶ କରିବା ସମୟରେ, ପକ୍ଷୀ ମାନଙ୍କ ମଳ ଯମହୋଇ ଦୁର୍ଗନ୍ଦ ର ସୁଅ ଛୁଟୁ ଥିବାବେଳେ ସ୍ଵଚଳୟ ପାଲଟିଛି ଗୋଦାମଗୃହ ! ଏଥିରୁ ବେଶ ଅନୁମେୟ ଉକ୍ତ କାର୍ଯ୍ୟାଳୟ ର ଅଫିସର ମାନଙ୍କ କାର୍ଯ୍ୟ କଳାପ କିଭଳି ହୋଇଥିବ?
ନେତା ମନ୍ତ୍ରୀ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ସ୍ୱଛତା ପ୍ରତି ଦୃଷ୍ଟି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚିତ !

Sidha Sambad
Author: Sidha Sambad

Leave a Comment

और पढ़ें