ନୀଳଗିରି, ୬/୪(ସିଧାସମ୍ବାଦ);
ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସମଗ୍ର ନୀଳଗିରି ବ୍ଲକରେ ୯ଜଣ ଛାତ୍ରଛାତ୍ରୀ ଏ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନୀଳଗିରି ଏନଏସି ୬ନଂ କାବେରୀ ବେହେରା ୫୪୧ନଂ ରଖି ଏ ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି | ଏନେଇ କାବେରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ବେଳେ କାବେରୀ ବେହେରା ଙ୍କୁ ଆଜି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ପହଞ୍ଚି ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହିତ ଜିଲ୍ଲାପାଳ ୨୦ ହଜାର ପ୍ରତ୍ସାହନ ରାଶି
ପ୍ରଦାନ କରିଛନ୍ତି |




