ବାଲେଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ, ବେଆଇନ ଗୋ ଚାଲାଣ ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ଲାଗିବ l
ମାଫିଆ ଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ l
ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାଇ ରଖିବା ଓ ଆଇନ ଗତ ଭାବେ ସରକାରୀ ଅନୁମୋଦନ କ୍ରମେ ନିଲlମ ହୋଇଥିବା ଉତ୍ସର ସଠିକ ପରିଚାଳନା ପାଇଁ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦର ବିଧାୟକ ମାନସ କୁମାର ଦତ୍ତ,ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଖଣି ଅଧିକାରୀ, ବିଭିନ୍ନ ବ୍ଲକ ର ତହସିଲଦାର ଏବଂ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଡାକିଥିଲେ l ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ଉପରେ ମାଫିଆ ଙ୍କ ଆକ୍ରମଣ ଓ ମନମୁଖୀ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଦୃଢ଼ କାଯ୍ୟନୁଷ୍ଠାନ ନେଇ ନିର୍ଧେଶ ଦେଇଥିଲେ । ତା ସହିତ ଦୁର୍ନୀତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ସାଂସଦ ରୋକ ଠୋକ ଶୁଣିଇଛନ୍ତି।
Loading Viewer...





