ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ହେଲେ ପୂର୍ବତନ ବିଧାୟକ ଇଂ ସୁକାନ୍ତ |

👇समाचार सुनने के लिए यहां क्लिक करें

ନୀଳଗିରି, ୬/୫, (ସିଧାସମ୍ବାଦ); ବିଜୁ ଜନତା ଦଳର ଚଳିତ ବର୍ଷ ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ନିର୍ବାଚିତ ହେବା ପରେ ଦଳକୁ ମଜବୁତ କରିବା ପାଇଁ ଦଳପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା | ନୀଳଗିରିର ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କୁ
ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ଦିଆଯାଇଛି | ଏନେଇ ଗତକାଲି ଶଙ୍ଖ ଭବନରୁ ଡାକରା ଆସିବାପରେ ଶ୍ରୀଯୁକ୍ତ ନାୟକ ଯାଇଥିଲେ | ସେଠାରେ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଘୋଷଣା କରାଯାଇଥିଲା | ଆଜି ସେ ନୀଳଗିରି ଫେରିବା ପରେ ଅପରାହ୍ଣ ସମୟରେ ନୀଳଗିରି ବିଜେଡ଼ି କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,
ପୂର୍ବତ୍ତନ ଏସଡିସି ଚେୟାରମ୍ୟାନ ମଦନ ମୋହନ ମାଝୀ,ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ,ରାଜୀବ ଦାସବାବୁ,ହେମେନ୍ଦ୍ର ଦାସ,ସୁବାଶିଷ ଆଚାର୍ଯ୍ୟ,ବିଦ୍ୟାଧର ଦଳେଇ,ସୁରଥ ଚନ୍ଦ୍ର ସିଂ,କୁଳମଣୀ ନାୟକ,ବାସନ୍ତୀ ହେମ୍ବ୍ରମ,ମାଳତୀ ମାର୍ଣ୍ଡି,ହରେକୃଷ୍ଣ ମାଝୀ,ଅଚ୍ୟୁତାନନ୍ଦ ପ୍ରଧାନ,ଉପେନ୍ଦ୍ର ନାୟକ,ଅନ୍ତର୍ଯ୍ୟାମୀ ବୁଗୁଡାଇ,ମାନ ମୁର୍ମୁ,ନମା ସିଂ,ରଞ୍ଜିତା ଦଣ୍ଡପାଟ,
ରମାକାନ୍ତ ମହାଳିକ,ରାଜେଶ ନାୟକ,ନାରାୟଣ ବେହେରା,
ଗଙ୍ଗାଧର ବିଶ୍ବାଳ,ସୁନୀଲ କୁମାର ପ୍ରଧାନ,ଶ୍ରୀନିବାସ ବାଗ ପ୍ରମୁଖ
ନିର୍ବାଚିତ ପ୍ରତିନିଧି, ବିଜେଡ଼ି ନେତୃ ବୃନ୍ଦ,ବିଜେଡିର ଆଗଧାଡ଼ିର ସକ୍ରିୟ କର୍ମୀ ଉପସ୍ଥିତ ହୋଇ ପୁଷ୍ପଗୁଚ୍ଛ ଦେଇ ଶ୍ରୀଯୁକ୍ତ ନାୟକଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା କରିଥିଲେ | ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଗୁରୁ ଦାୟିତ୍ବକୁ ମୋତେ ଦେଇଥିବାରୁ ବିନମ୍ରତାର ସହ ଗ୍ରହଣ କରି ଦଳକୁ ତୃଣମୂଳ ସ୍ତରରେ ସଶକ୍ତ ଓ କ୍ରିୟାଶୀଳ କରିବା ପାଇଁ ସଂପୂର୍ଣ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଯୁକ୍ତ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି |

Sidha Sambad
Author: Sidha Sambad

Leave a Comment

और पढ़ें