ପୁଣି ଅଦିନରେ ପସି ଆସିଲେ ୬୫ଟିକିଆ ହାତୀପଲ ; ଆତଙ୍କିତ ବନାଞ୍ଚଳବାସୀ |

👇समाचार सुनने के लिए यहां क्लिक करें

ନୀଳଗିରି, ୦୬/୦୫(ସିଧାସମ୍ବାଦ);
ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପୁଣି ପଶିଲେ ୬୫ଟିକିଆ ଝାଡ଼ଖଣ୍ଡୀ ହାତୀପଲ | ଏବେ ଧାନ ଫସଲ ନଥିବା ବେଳେ ଗାଁକୁ ପଶି ହାତୀ ଉପଦ୍ରବ କରିବା ସହ ଘର ଭାଙ୍ଗିବା ନେଇ ଆଶଙ୍କା ଘାରୁଛି। ଏନେଇ ବନାଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ସୂଚନା ମୁତାବକ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବଡର୍ ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ମଙ୍ଗଳବାର ଭୋର ସମୟରେ ୬୫ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଏହି ହାତୀ ପଲ ଅପରାହ୍ନ ୬ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ମୁହାଁ ହେଉଥିବା ଜଣାପଡୁଛି। ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି।
ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱକୁ ସଂଲଗ୍ନ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ ହାତୀ ଜନବସତି ଭିତରକୁ ପ୍ରବେଶ ନ କରିବା ପାଇଁ ତିନିକୋଷିଆ ଓ ଗୋପାଳପୁର ସଂରକ୍ଷିତ ଜଗଂଲର ଚତୁଃପାର୍ଶ୍ୱରେ ଗତ ୧୦ ବର୍ଷ ପୂର୍ବେ ଖୋଳାଯାଇ ଥିବା ଟ୍ରେଞ୍ଚ ଓ ଲଗାଯାଇଥିବା ସୋଲାରବାଡ ପୁନରୁଦ୍ଧାର ହୋଇନାହିଁ। ଫଳରେ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ କିଛି କିଛି ସ୍ଥାନରେ ପୋତି ଜାଇଥିବା ଓ ସୌରବାଡ଼ ଗୁଡ଼ିକ ବିଧ୍ୱସ୍ତ ଅବସ୍ଥା ରେ ରହିଛି। ଏବେ ଧାନ ଫସଲ ନଥିବାରୁ ସନ୍ଧ୍ଯାହେଲେ ଖାଦ୍ୟ ଅନ୍ବେଷଣରେ ସଂରକ୍ଷିତ ଜଙ୍ଗଲକୁ ଲାଗିରହିଥିବା ନିକଟସ୍ଥ ଗ୍ରାମପଞ୍ଚାୟତ ନରଣପୁର, ଭଉଁରିୟାବାଡ, ଜାମୁଡିହା, ଶିଆଡିମାଳ, ସଜନାଗଡ, ଗରଡି, ଅଯୋଧ୍ୟା ଆଦି ଅଞ୍ଚଳରେ ହାତୀ ଅନ୍ଧାର ରାତ୍ରୀରେ ଉପଦ୍ରବ କରିବା ସହ ଘର ଭାଙ୍ଗିବା ନେଇ ଆଶଙ୍କା ଘାରୁଛି। କାରଣ ପୁର୍ବରୁ ଯେବେ ଯେବେ ଅଦିନିଆରେ ହାତୀପଲ ମାଡି ଆସନ୍ତି ବ୍ଯାପକ କ୍ଷୟ କ୍ଷତି ଘଟାଇବା ସହ ଏହି ସମୟରେ ଘରବାଡି ମାନଙ୍କରେ ଥିବା ବାଉଁଶ ଗଛ, କଦଳି ଗଛ, ପଣଶ, ଆମ୍ବ, ପରିବା ଚାଷ, ଆଦି ଯେତିକି ପରିମାଣରେ ଖାଇଥାନ୍ତି ତା’ଠୁ ଅଧିକ ଦଳି ମକଚି ନଷ୍ଟ କରିଥାନ୍ତି। ନୀଳଗିରି ରେଞ୍ଜର ଆଇସା ଅକ୍ତାରି ନିସା ପଚାରିବାରୁ ଜଙ୍ଗଲ ଚତୁଃପାର୍ଶ୍ୱରେ ନୀଳଗିରି ବନବିଭାଗ ପକ୍ଷରୁ ୨୫ରୁ ଉର୍ଦ୍ଧ କର୍ମଚାରି ତଥା ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ଼, ସବୁଜବାହିନୀ ଜଗି ରହିଛନ୍ତି ବୋଲି ମତ ରଖିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें