ନୀଳଗିରି,୧୧/୦୫(ସିଧାସମ୍ବାଦ);
ସିପିଆଇ (ଏମ) ନୀଳଗିରି
ଆଞ୍ଚଳିକ କମିଟି ପକ୍ଷରୁ,
ସ୍ୱର୍ଗତଃ ରାମଚନ୍ଦ୍ର ସ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବର୍ଷିକିରେ ପୈତୃକ ଘର ବାଙ୍କିସାହି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭା ରେ ସତ୍ୟଜିତ ଦାସ ସଭାପତିତ୍ବ କରିଥିଲେ । ରାଜ୍ୟ କମିଟି ସଭ୍ଯ ସିତାଂଶୁ ସେନାପତି ରାମଚନ୍ଦ୍ର ସ ଙ୍କ ମାର୍କ୍ସବାଦୀ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ । ସେ ସମସ୍ତ ଙ୍କ ପାଇଁ ଜଣେ ଦରଦୀ ବନ୍ଧୁ ଥିଲେ । ସିପିଆଇ (ଏମ)ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ସ୍ବର୍ଗତ ରାମଚନ୍ଦ୍ର ଙ୍କ ମୃତ୍ୟୁ, ଦଳ ପାଇଁ,ଏକ ବଡ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି।ସ୍ବର୍ଗତ ରାମଚନ୍ଦ୍ର ସ ଙ୍କ ଉପରେ ଉପସ୍ଥିତ ସାଥୀ ମାନେ ଆଲୋଚନା କରିଥିଲେ । ଉକ୍ତ ସଭା ରେ ଜଗନ୍ନାଥ ସିଂ, ଲକ୍ଷ୍ମୀଧର ସାହୁ, ପୁରୁଷୋତ୍ତମ ବାରିକ, ଜଚିନ୍ଦ୍ର ନାୟକ ପ୍ରମୁଖ ବହୁ ସାଥୀ ଉପସ୍ଥିତ ରହି ରାମଚନ୍ଦ୍ର ସ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ଉକ୍ତ ସଭାରେ ଆସନ୍ତା ମଇ ମାସ ୨୦ ତାରିଖରେ ସାଧାରଣ ଧର୍ମଘଟ ଡାକରାକୁ ସଫଳ ପାଇଁ ପାର୍ଟ ତରଫରୁ ପ୍ରସ୍ତାବ ଦିଆଯାଇଛି।




