ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ।ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ।

👇समाचार सुनने के लिए यहां क्लिक करें

ନୟାଗଡ଼ ଜିଲ୍ଲା (ସିଧା ସମ୍ବାଦ)-ଖଣ୍ଡପଡ଼ା ସହରର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ରଙ୍କ ଠାରୁ ଉନ୍ନୟନମୂଳକ କାର୍ଯ୍ୟ ବାବଦ ବକେୟା ବିଲ ପୈଠ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୂବନେଶ୍ବର ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଛନ୍ତି ଖଣ୍ଡପଡ଼ା ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ନିରଞ୍ଜନ କୁମାର ଧଳ। ଘଟଣାକ୍ରମେ ଶୁକ୍ରବାର ସଂନ୍ଧ୍ଯା ୭ଟା ସମୟରେ ଠିକାଦାର ଜ୍ୟୋତିରଞ୍ଜନ ସରକାରୀ ବାସଭବନରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଟଙ୍କା ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ କାବୁ କରି ଧରିବା ସହ ତାଙ୍କ ଠାରୁ ରାସାୟନିକ ପ୍ରଲେପ ବୋଳା ଯାଇଥିବା ୨୦ ହଜାର ଟଙ୍କା ଜବତ କରିଥିଲେ।ପରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ସଙ୍ଗରେ ଧରି ଏନଏସି କାର୍ଯ୍ଯାଳୟରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ଫାଇଲପତ୍ର ଜବତ କରିବା ସହ ତାଙ୍କୁ ଭୁବନେଶ୍ବର ନେଇ ଯାଇଥିବା ଜଣାଯାଇଛି।ଭିଜିଲାନ୍ସ ଟିମ ଦ୍ବାରା ଗିରଫ ହୋଇଥିବା ସଂପୃକ୍ତ କାର୍ଯ୍ଯନିର୍ବାହୀ ଅଧିକାରୀ ଖଣ୍ଡପଡ଼ା ଏନଏସି କାର୍ଯ୍ଯାଳୟରେ ଯୋଗ ଦେବା ପରଠାରୁ ବିଭିନ୍ନ କେଳେଙ୍କାରୀରେ ଲିପ୍ତ ଥିବା ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें