ଖବର ପ୍ରସାରଣ ପରେ ତତ୍ପର ଦେଖାଇଲା ଏନ୍ଏସି | ଡ୍ରେନ କାର୍ଯ୍ୟ ଆରମ୍ଭ।

👇समाचार सुनने के लिए यहां क्लिक करें

ଖବର ପ୍ରସାରଣ ପରେ ତତ୍ପର ଦେଖାଇଲା ଏନ୍ଏସି |
ଡ୍ରେନ କାର୍ଯ୍ୟ ଆରମ୍ଭ।

ନିଳଗିରି,୧୯/୫(ସିଧାସମ୍ବାଦ);
ନିଳଗିରି ଏନ୍ ଏ ସି ର ବଡ଼ଦାଣ୍ଡ ରାସ୍ତା ର କେସି ହାଇସ୍କୁଲ ନିକଟରେ ଥିବା ଏସ ବି ଆଇ ଏ ଟି ଏମ ନିକଟରେ ଅଦିନିଆ ବର୍ଷା ପାଣିରେ ଲହରୀ ମାରୁଥିବା ନେଇ ଦୈନିକ ଖବର କାଗଜ ସକାଳ ରେ ଖବର ପ୍ରକାଶିତ ହୋଇଥିଲା। ଆଗରେ ପାଣି ଜମୁଥିବା ଯୋଗୁଁ ପାଖା ପାଖି ୭ ରୁ ୮ଦୋକାନୀ ଦୁର୍ଦଶା ଭୋଗୁଥିଲେ। ଖବର ପ୍ରକାଶିତ ପରେ ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା ତୁରନ୍ତ ଉକ୍ତ ଜାଗାରେ ଜେସିବି ଲଗାଇ ଡ୍ରେନ ପରିଷ୍କାର କରିବା ସହିତ ତୁରନ୍ତ ନୂତନ ଡ୍ରେନ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଫଳରେ ଦୋକାନୀ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି |

Sidha Sambad
Author: Sidha Sambad

Leave a Comment

और पढ़ें