ହତ୍ୟାଉଦ୍ୟମ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ। ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ।

👇समाचार सुनने के लिए यहां क्लिक करें

ହତ୍ୟାଉଦ୍ୟମ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ। ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ।

ନୀଳଗିରି -୨୦/୫(ସିଧାସମ୍ବାଦ);
ଏକ ହତ୍ୟାଉଦ୍ୟମ ଘଟଣାର ବିଚାରକରି ନୀଳଗିରିର
ମାନ୍ୟବର ସହକାରୀ ଦୌରାଜଜ ଶ୍ରୀମତୀ ସୁନନ୍ଦା ପ୍ରଧାନ ମୁଦାଲାଙ୍କୁ ୧ବର୍ଷ ଜେଲଦଣ୍ଡ ସହ ୧ଶହ ଟଙ୍କା ଜୋରିମାନା କରିଛନ୍ତି। ସୂଚନା ଅନୁଯାୟୀ ୨୦୨୦ମସିହା ଜୁଲାଇ ୩୦ତାରିଖ ଦିନ ସନ୍ଧ୍ୟାରେ ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦଲଦଲି ଗ୍ରାମରେ ଏକ ପରକୀୟା ପ୍ରୀତିକୁ ନେଇ ଶୁକୁରା ଗଜଙ୍କ ପୁଅ ବିଶ୍ଵନାଥ ଗଜ ଏବଂ ଉକ୍ତ ଗ୍ରାମର ମଙ୍ଗୁଳିଆ ମୁଦୁଲିଙ୍କ ପୁଅ ବାବୁଲିଙ୍କ ମଧ୍ୟରେ ଏକ ଦୋକାନ ସାମ୍ନାରେ ଗଣ୍ଡଗୋଳ ହୋଇଥିଲା।ବାବୁଲି ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ କତା ସାହାଯ୍ୟରେ ବିଶ୍ଵନାଥଙ୍କ ବେକକୁ ହାଣିଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଈଶ୍ୱରପୁର ପରେ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାପରେ ସୁସ୍ଥ ହୋଇଥିଲେ। ଉକ୍ତଘଟଣାରେ ବିଶ୍ଵନାଥଙ୍କ ବାପା ଶୁକୁରା ଗଜଙ୍କ ଏତଲା ମୂଳେ ହତ୍ୟାଉଦ୍ୟମ ଅପରାଧରେ ବାବୁଲି ଏବଂ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ନାମରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ଉକ୍ତ ମୋକଦ୍ଦମାରେ ୬ଜଣ ସାକ୍ଷୀ ଏବଂ ଦସ୍ତାବେଜ୍ କୁ ଆଧାରକରି ୨୦/୫/୨୫ରିଖ ନୀଳଗିରି
ମାନ୍ୟବର ସହକାରୀ ଦୌରାଜଜ ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ ମୁଦାଲା ବାବୁଲିକୁ ୧ବର୍ଷ ଜେଲଦଣ୍ଡ ସହ ୧ଶହ ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି। ପ୍ରମାଣ ଅଭାବରୁ ସ୍ତ୍ରୀ ରଞ୍ଜିତାକୁ ଖଲାସ କରିଛନ୍ତି। ଉକ୍ତ ମୋକଦ୍ଦମାକୁ ସରକାରଙ୍କ ତରଫରୁ ଆଡ଼ିସନାଲ ପିପି ଅମରେନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें