ବ୍ଲକ ସ୍ତରୀୟ ଭଏସ ମିଡିଆ ସଂଘର ବୈଠକ।
ବୋଲଗଡ଼, ତା୧/୬(ସିଧା ସମ୍ବାଦ)ବୋଲଗଡ଼ ବ୍ଲକ
ଭଏସ ମିଡିଆ ସଂଘର ସଭାପତି ନିରଞ୍ଜନ ନାୟକଙ୍କ ସଭାପତିତ୍ୱରେ ବ୍ଲକ ସ୍ଥରୀୟ ଭଏସ ମିଡିଆ ସଂଘର ବୈଠକ ସ୍ଥାନୀୟ ପୂର୍ତ୍ତ
ବିଭାଗ ଡାକ ବଙ୍ଗଳା ପରିସରରେ ରବିବାର
ଦିନ ଅନୁଷ୍ଠିତ ହୋଇଯାଇଅଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଭଏସ ମିଡିଆ ସଂଘର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପରିଡା ଓ ସଂମ୍ମାନୀତ ଅତିଥି ଭାବେ ରାଜ୍ୟ ଉପ ସଭାପତି ପି.ଵାଲାଜୀ ପାତ୍ର, ସଂଜୀବ କୁମାର
ସାଏ, ଖୋର୍ଦ୍ଧା ଜିଲ୍ଲା ସଭାପତି ଧନେଶ୍ୱର ବିଧାର ଓ ବୋଲଗଡ – ବେଗୁନିଆ ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ
ଅତିଥି ମିଶ୍ରଙ୍କ ଅନୁରୋଧକ୍ରମେ ସିନ୍ଦୁର ଅପରେସନରେ ଶହିଦ ହୋଇଥିବା ଭାରତୀୟ
ସୈନ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ବଲାଙ୍ଗୀର ଜିଲ୍ଲାରେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣକୁ ଭଏସ
ମିଡିଆ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇ
ଘଟଣାରେ ସଂପୃକ୍ତ ଥିବା ଆସାମୀ ମାନଙ୍କ
ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ଗିରଫ କରାଯିବା ପାଇଁ
ପ୍ରସ୍ତାବ ଗୃହୀତ ହୋଇଥିଲା।ଓଡିଶା ରାଜ୍ୟରେ
କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ ଓ ଯଥା
ଶୀଘ୍ର ଆଇନ ପ୍ରଣୟନ କରାଯିବାକୁ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ନିଆଗଲା।ଏହି ବୈଠକରେ ବୋଲଗଡ଼ ବ୍ଲକ ଭଏସ ମିଡିଆ
ସଂଘର ସମସ୍ତ ସାମ୍ବାଦିକ ମାନଙ୍କୁ ମୁଖ୍ୟ ଅତିଥି ତଥା ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ପରିଚୟ ପତ୍ର ପ୍ରଦାନ କରି ନିର୍ଭୟ ତଥା
ଅନୁସନ୍ଧାନ ମୂଳକ ସତ୍ୟାସତ୍ୟ ଘଟଣା ସମ୍ବାଦ ପତ୍ର ମାଧ୍ୟମରେ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଗ୍ରାମାଞ୍ଚଳ ସାମ୍ବାଦିକ ମାନଙ୍କର ବିଭିର୍ଣ୍ଣ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସମସ୍ତ ସାମ୍ବାଦିକ ମାନେ ଏକତା,ସହଁନ୍ତି ଓ ସମନ୍ୱୟ ରକ୍ଷାକରି ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟ କଲେ,ବିଜୟ
ହୋଇଥାଏ ବୋଲି ରାଜ୍ୟ ଉପସଭାପତି ପି.
ଵାଲାଜୀ ପାତ୍ର ବୈଠକରେ ସୂଚନା ଦେଇଥିଲେ।ପରିଶେଷରେ ବ୍ଲକ ଭଏସ ମିଡ଼ିଆ ସଂଘର ସମ୍ପାଦକ ସତ୍ୟ ନାରାୟଣ ବାରିକ ଧନ୍ୟବାଦ ଦେଇଥିଲେ।




