ଅଗ୍ନିକାଣ୍ଡରେ ତିନି ବଖରା ଭଶ୍ମିଭୁତ; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ |
ନୀଳଗିରି, ୨/୬(ସିଧାସମ୍ବାଦ); ଆଜି ଅପରାହ୍ନ ରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଛତ୍ରପୁର ଗ୍ରା:ପ: ଅନ୍ତର୍ଗତ କାଦୁଆଣୀ ଗ୍ରାମରେ ଉପେନ୍ଦ୍ର ବାଗ ଙ୍କ ଘରଟି ଅଗ୍ନି ସଂଯୋଗ ହୋଇ ସମ୍ପୂଣ ଭଶ୍ମି ଭୁତ ହୋଇଯାଇଛି | ଏଥିରେ ପରିବାରର ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାନ ପୁତ୍ରବଧୂ ଅଗ୍ନି ସଂସ୍ପର୍ଶ ରେ ଆସି ସଂଜ୍ଞହୀନ ହୋଇପଡ଼ିଥିଲେ | ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରହମପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା | ଅଗ୍ନି କାଣ୍ଡରେ ତାଙ୍କର ଲୁଗା ପଟା , ଧାନ ଚାଉଳ, ଆସବା ପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣା ପଡ଼ିଛି | ପ୍ରଥମେ କପ୍ତିପଦା ଓ ପରେ ନୀଳଗିରି ଅଗ୍ନିଶ୍ରମ ସେବା ବିଭାଗ ନିଆଁ କୁ ଆୟତ କରିଥିଲେ ହେଁ ସେତେବେଳକୁ ସବୁକିଛି ଜଳି ପୋଡି ପାଉଁଶ ହୋଇ ଯାଇଥିଲା | ଖବର ପାଇ ସ୍ଥାନୀୟ ବିଧାୟକସନ୍ତୋଷ ଖଟୁଆ ପହଞ୍ଚି ସେ କିଭଳି ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେ ବିଷୟରେ ଉପସ୍ଥିତ ବରହମପୁର ରାଜସ୍ବ ନିରୀକ୍ଷକଙ୍କୁ କହିବା ସହ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସମିତି ସଭ୍ୟା ଛନ୍ଦାରଣୀ ପଣ୍ଡା, ହେମେନ୍ଦ୍ର ପଣ୍ଡା, ଦଳୀୟ କର୍ମକର୍ତା ଅଭୟ ବାରିକ ତଥା ଗ୍ରାମବାସୀଙ୍କ ଉପସ୍ଥିତ ଥିଲେ |





