୧୫ ଜୁନ୍ ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିଛି ନ୍ୟାସନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) I ଏଣ୍ଟ୍ରାନ୍ସ ଏଗଜାମ୍ରେ ସ୍ବଚ୍ଛତା ଓ ପାରଦର୍ଶିତା ରଖିବାକୁ ୨ଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ କରିବାକୁ କହିଥିଲେ ସୁପ୍ରିମକୋର୍ଟ । ତେବେ ଗୋଟିଏ ସିଫ୍ଟରେ ପରୀକ୍ଷା କରିବାକୁ ହେଲେ ଅଧିକ ପରୀକ୍ଷା କେନ୍ଦ୍ର ଦରକାର। ସାରା ଦେଶରେ ୯୦୦ଟି ଅତିରିକ୍ତ ସେଣ୍ଟର ଏବଂ ସେଥିରେ ପ୍ରସ୍ତୁତି କରିବାକୁ ପଡିବ । ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ସହ ସିଗନାଲ ଜାମର ଏବଂ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମର ଆବଶ୍ୟକତା ରହିଛି। ତେଣୁ ଏନେଇ ପ୍ରସ୍ତୁତି କରି ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ ବୋଲି NBEMS ପକ୍ଷରୁ ସୂଚନା ଦିଆଯାଇଛି।




