ନୀଳଗିରି ଏନଏସି ର ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ। ।

👇समाचार सुनने के लिए यहां क्लिक करें

ନୀଳଗିରି ଏନଏସି ର ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ।
ନୀଳଗିରି-୧୨/୬(ସିଧାସମ୍ବାଦ);
ରାଜ୍ୟ ଭାଜପା ସରକାରଙ୍କ ୧ବର୍ଷ ପୂର୍ତ୍ତି ଉପଲକ୍ଷେ ଗୃହ ଓ ନଗରଉନ୍ନୟନ ବିଭାଗପକ୍ଷରୁ ଗୁରୁବାର ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣମଣ୍ଡପ ଠାରେ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରୀ)-୨.୦ ର କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ବିଧୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ନୀଳଗିରି ଏନ.ଏ.ସି.କାର୍ଯ୍ୟକାରୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏନ.ଏ. ସି.ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପରିଡା ଅତିଥିପରିଚୟ ସହ ସ୍ଵାଗତଭାଷଣ ଏବଂ ଏହି ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ନୀଳଗିରି ପୌରାଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ପକ୍ଷରୁ ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)-୨.୦ ସମାରୋହରେ ବିଧାୟକ ଶ୍ରୀଯୁକ୍ତ ଖଟୁଆ ୧୪୨ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଏହି ଯୋଜନାରେ ଜଣେ ହିତାଧିକାରୀଙ୍କୁ ୨.୫ ଲକ୍ଷ ଟଙ୍କାର ଗୃହନିର୍ମାଣ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ୪ମାସ ମଧ୍ୟରେ ନିର୍ମାଣକାର୍ଯ୍ୟ ସମ୍ପନ୍ନ କଲେ ୨୦,୦୦୦ଟଙ୍କା, ୬ମାସ ମଧ୍ୟରେ ସମାପ୍ତ କଲେ ୧୦,୦୦୦ ଟଙ୍କା ଅତିରିକ୍ତ ସହାୟତା ମିଳିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ।ଏହି କାର୍ଯ୍ୟକ୍ରମରେ ହିତାଧିକାରୀ, ବିଭିନ୍ନ ୱାର୍ଡର କାଉନସିଲର, ବିଭାଗୀୟ କର୍ମକର୍ତ୍ତା ସାମ୍ବାଦିକ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें