ବିଦୁ ବଜାର ସାମ୍ପ୍ରସାରଣ ; ବିସ୍ତାପିତ ଦୋକାନୀଙ୍କୁ ନୂତନ ଗୃହ ନିର୍ମାଣ ପାଇଁ ଆରଏମସି ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର |
ନୀଳଗିରି, ୧୨/୬(ସିଧାସମ୍ବାଦ); ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଦୁ ବଜାରରେ ପ୍ରଶାସନ ଦ୍ୱାରା ରାସ୍ତା ସମ୍ପ୍ରସାରଣ ପାଇଁ ଦୋକାନ ଘର ସବୁ ଭଙ୍ଗା ଯାଇଥିଲା | ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଦୁ ବଜାର ଗସ୍ତ କରି ରାସ୍ତା ସମ୍ପ୍ରସାରଣ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ମାନଙ୍କୁ ଭେଟିଥିଲେ | କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ମାନଙ୍କ ପାଇଁ ମାନ୍ୟବର ସାଂସଦଙ୍କ ପ୍ରଚେଷ୍ଟାରେ ୧ କୋଟି ୫୦ ଲକ୍ଷ ଟଙ୍କା ଆରଏମସି ଦ୍ୱାରା ମଞ୍ଜୁର ହୋଇଅଛି | ଏହି ଟଙ୍କାରେ ଆରଏମସି ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି | ଏହି କମ୍ପ୍ଲେକ୍ସରେ ଦୋକାନ ଘର,କୃଷି ଜନିତ ମାର୍କେଟ,ଶୌଚାଳୟ, ପାନୀୟ ଜଳ ଇତ୍ୟାଦିର ସୁବ୍ୟବସ୍ଥା ରହିବ | ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଏହି କାର୍ଯ୍ୟକୁ ଯଥା ଶୀଘ୍ର ସମାପନ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଏହା ଦ୍ୱାରା ବିଦୁ ବଜାର ଦୋକାନୀ ଭାଇ ମାନେ ରୋଜଗାରକ୍ଷମ ହେବା ସହିତ ବିଦୁ ବଜାର ମଧ୍ୟ ବିକାଶ ହୋଇପାରିବ |ସାଂସଦଙ୍କ ଏହି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶ୍ନଂସା କରିଛନ୍ତି |




