ଧୋକା ଦେଲା ଆମ୍ବୁଲାନ୍ସ Iଉଡ଼ିଗଲା ପ୍ରାଣବାୟୁ I

👇समाचार सुनने के लिए यहां क्लिक करें

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଡ଼ିଗଲା ରୋଗୀଙ୍କ ପ୍ରାଣବାୟୁ ।ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ୧ ଘଣ୍ଟା ଯାଏ ରାସ୍ତାରେ ଛଟପଟ ହୋଇଥିଲେ ରୋଗୀ। ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଚିକିତ୍ସା ମିଳିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆମ୍ବୁଲାନ୍ସ ଖରାପ ହୋଇ ଅଟକିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପରିବାର ଲୋକେ ରୋଗୀ ମୃତ୍ୟୁ ପାଇଁ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें