ଜିଲ୍ଲାଓ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ପରିବହନ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |

👇समाचार सुनने के लिए यहां क्लिक करें

ଜିଲ୍ଲାଓ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ପରିବହନ ଅଧିକାରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |

ନୀଳଗିରି, ୧୩/୬(ସିଧାସମ୍ବାଦ); ସାରା ଓଡିଶା ରେ ଅଧ୍ୟାୟନରତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପାଇଁ ମାଗଣା ସରକାରୀ ପରିବହନ ଏବଂ ବେସରକାରୀ ପରିବହନରେ ଶତକଢ଼ା ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ୟା ସମ୍ବନ୍ଧରେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ଓ ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଓଡିଶାର ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ବାଲେଶ୍ୱର ଅଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି | ଦାବି ମାନଙ୍କ ମଧ୍ୟରେ ସାରା ଓଡ଼ିଶାରେ ସମସ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ପରିବହନ ଏବଂ ବେସରକାରୀ ପରିବହନରେ ଶତକଢ଼ା ୫୦ ପ୍ରତିଶତ
ରିହାତି ବ୍ୟବସ୍ଥା,ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ବ୍ୟବସ୍ଥା କରାଯାଉ | ବିଶେଷ କରି ଶିକ୍ଷା କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅତ୍ୟନ୍ତ ଜରୁରୀ ଏବଂ ପରିବହନ ପ୍ରତିବନ୍ଧକ ଯୋଗୁଁ ପାଠପଢ଼ା ଛାଡିବା ହାରକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ। ଏହା ଶିକ୍ଷା ପ୍ରତି ସମାନ ପ୍ରବେଶର ନୀତି ସହିତ ମଧ୍ୟ ସମାନ ଏବଂ ଛାତ୍ର କଲ୍ୟାଣ ପ୍ରତି ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିବା ଆବଶ୍ୟକ ବୋଲି କୁହାଯାଉଛି | ତେବେ ପ୍ରମୁଖ ଦାବି ଗୁଡ଼ିକୁ
କାର୍ଯ୍ୟକାରୀ କରିବା ପାଇଁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ ଜିଲ୍ଲା ଓ ଓଡିଶା ଛାତ୍ର କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି | ଏହି ଦାବିପତ୍ର ଦେବା ବେଳେ ଜିଲ୍ଲା ଛାତ୍ର ସଭାପତି ଗୌତମ ସାହୁ,ନୀଳଗିରି ପୂର୍ବତନ ଛାତ୍ର ସଭାପତି ଅଶ୍ୱିନୀ କୁମାର ପାତ୍ର ,ରେମୁଣା ପୂର୍ବତନ ଛାତ୍ର ସଭାପତି ସୌମ୍ୟରଞ୍ଜନ ମହାକୁଡ଼, ସୌରଭ ପଟ୍ଟନାୟକ ,ପତିତ ପାବନ ଦାସ,ଦିବ୍ୟଜ୍ୟୋତି ଆଚାର୍ଯ୍ୟ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें