ଶ୍ୱଶୁର ଘର ଗ୍ରାମରେ ଜ୍ୱାଇଁ ର ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପୁତୁରା |

👇समाचार सुनने के लिए यहां क्लिक करें

ଶ୍ୱଶୁର ଘର ଗ୍ରାମରେ ଜ୍ୱାଇଁ ର ମୃତ୍ୟୁ;
ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପୁତୁରା |

ନୀଳଗିରି,୧୪/୬(ସିଧାସମ୍ବାଦ); ଶ୍ୱଶୁର ଘରେ ଜ୍ୱାଇଁ ର ମୃତ୍ୟୁକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି | ଭାଇକୁ ମାରିଦିଆଯାଇ ଆତ୍ମହତ୍ୟା ର ରୂପ ଦେବା ଭଳି ମହା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ | ପ୍ରାପ୍ତ ସୂଚନାରୁ ଜଣାଅପଡ଼ିଛି ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦାବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମର ସ୍ବର୍ଗତ ହରିହର ମଲ୍ଲିକ ଙ୍କ ପୁଅ ରାଜେନ୍ଦ୍ର ମଲ୍ଲିକ (୪୦) ସୋରୋ ବ୍ଳକ ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମରୁ ବିବାହ କରିଥିଲେ | ବିବାହ ପରେ ତାଙ୍କ ଔରସରୁ ଦୁଇ ପୁତ୍ର ଜନ୍ମ ହେବା ପରେ ତାଙ୍କ ସ୍ତ୍ରୀ ର ମୃତ୍ୟୁ ହୋଇ ଯାଇଥିଲା | ପରବର୍ତ୍ତି ସମୟରେ ସୋର ଥାନା ଅଧିନ ବାହାନଗା ବ୍ଳକ ପଥରପେଣ୍ଟ ପଞ୍ଚାୟତ ପଟଣା ଗ୍ରାମର
ସ୍ବର୍ଗତ ଗାଲୁଆ ଓରଫ ଲମ୍ବୋଧର ମଲ୍ଲିକଙ୍କ ଝିଅ ମାମି ମଲ୍ଲିକ ଙ୍କୁ ଦ୍ୱିତୀୟ ବିବାହ କରିଥିଲେ | ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ନିକଟରେ ଏକ ଜାଗା କିଣି ଘର ତିଆରି କରି ସ୍ତ୍ରୀ ସହିତ ଦୁଇ ପୁତ୍ରକୁ ଧରି ରାଜେନ୍ଦ୍ର ରହି ଆସୁଥିଲେ | ଦୁଇ ପୁତ୍ର ପଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ
ଗତ ୩/୪ଦିନ ତଳେ ଜୁରିଆପାଟଣା ଗ୍ରାମରେ ଥିବା ପୈତୃକ ଘର ପରିବାରଙ୍କ ପାଖରେ ୨ ପୁଅକୁ ଆଣି ଛାଡ଼ି ଦେଇ ପୁଣି ଶ୍ୱଶୁର ଘର ଗାଁ ପଟଣା ଘରକୁ ଯାଇଥିଲେ |
ଗତ ୨/ ୩ ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳି ଝଗଡା ହୋଇଥିଲା | ଝଗଡ଼ା ପରେ ତାଙ୍କ ସ୍ତ୍ରୀ ଘର ଛାଡ଼ି କୁଆଡ଼େ ପଳାଇ ଯାଇଥିଲେ | ତେବେ ସେ ବହୁ ଖୋଜା ଖୋଜି ପରେ ସ୍ତ୍ରୀ କୁ ପାଇନଥିଲେ | ରାତିରେ ରାଜେନ୍ଦ୍ର ଘରେ ଖାଇପିଇ ଶୋଇଥିଲେ |
ଆଜି ସକାଳେ ରଜ ପର୍ବ ଥିବାବେଳେ ପୁତୁରା ବନ୍ଧନ ଙ୍କୁ ପଥରପେଣ୍ଟ ଗ୍ରାମରୁ କାକାଙ୍କ ମୃତ୍ୟୁ କୁ ନେଇ ଖବର ଆସିଥିଲା | ଖବର ପାଇ ବନ୍ଧନ ମଲ୍ଲିକ ଙ୍କ ପରିବାର ଲୋକ ଏବଂ ସାଙ୍ଗସାଥି ଘଟଣା ସ୍ଥଳରେ ପହଞ୍ଚିଥିଲେ | କାକା ଙ୍କ ଘର ଦ୍ୱାର ବନ୍ଦ ଥିବାରୁ କବାଟ ଭାଙ୍ଗି ଘରଲୋକେ ରାଜେନ୍ଦ୍ର ଙ୍କ ପାଖରେ ପହଞ୍ଚି ଥିଲେ | ଦେଖିବା ବେଳକୁ ମୁଣ୍ଡ ପାଖରେ ବିଷ ବୋତଲ ଥୋଆ ହୋଇଥିବାର ବେଳେ ରାଜେନ୍ଦ୍ରଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ପାଇଥିଲେ | ରାଜେନ୍ଦ୍ର ଙ୍କ ଗଳାରେ ଦୁଇଟି ସ୍ଥାନରେ କ୍ଷତ ହୋଇ ରକ୍ତ ଲାଗିଥିବା ବେଳେ ମୁହଁ,ପାଟି, ନାକ, ମୁଣ୍ଡ ଡାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋ

ଇ ରକ୍ତ ଲାଗିଥିଲା ବେଳେ ନାକରେ ଫେଣ ଲାଗିଥିବାର ଦେଖିବାକୁ ମିଳିଥିଲା | ଖବର ପାଇ ସୋରୋ ଥାନା ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ସୋରୋ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ସୋରୋ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଅପର ପକ୍ଷେ ରାଜେନ୍ଦ୍ର ଙ୍କ ବଡ଼ ଭାଇ ଶଶୀକାନ୍ତ ମଲ୍ଲିକ ଙ୍କ ପୁଅ ବନ୍ଧନ ମଲ୍ଲିକ (୨୭) ସୋରୋ ଥାନାରେ ପହଞ୍ଚି ତାଙ୍କ କାକା ଙ୍କୁ ହତ୍ୟା କରାଯିବା ପରେ ବିଷ ପାଟିରେ ଢଳାଯାଇ ଆତ୍ମହତ୍ୟା ର ରୂପ ଦିଆଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି | ଥାନା ପକ୍ଷରୁ ଅଭିଯୋଗ କୁ ଗୁରୁତ୍ୱ ସହକାରେ ନେଇ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟଉପରୁ ପରଦା ହଟିବ ବୋଲି ଜଣାପଡ଼ିଛି |

Sidha Sambad
Author: Sidha Sambad

Leave a Comment

और पढ़ें