ନୀଳଗିରି-ପଞ୍ଚଲିଙ୍ଗେଶ୍ଵର-ବଉଳଗଡିଆ ରାସ୍ତା ର ସୁଧାର ପାଇଁ ସିପିଆଇ (ଏମ) ଓ ପୂର୍ତ୍ତ ବିଭାଗ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ।
ନୀଳଗିରି,୧୪/୦୬(ସିଧାସମ୍ବାଦ);
ନୀଳଗିରି-ପଞ୍ଚଲିଙ୍ଗେଶ୍ଵର-ବଉଳଗଡିଆ ରାସ୍ତାର ମରାମତି ଦାବିରେ ମାର୍କ୍ସବାଦୀ କମ୍ଯୁନିସ୍ଟ ପାର୍ଟୀ, ନୀଳଗିରି ଆଂଚଳିକ କମିଟି ତରଫରୁ ଗତ ଦୁଇ ତାରିଖରେ ବାଲେଶ୍ୱର ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦିଆଯାଇଥିଲା । ଜିଲ୍ଲାପାଳ, ଏହାକୁ ଅତିଗୁରୁତର ଭାବେ ଗ୍ରହଣ କରି ଏଡିଏମ (ରାଜସ୍ୱ) ଙ୍କୁ ବୁଝିବା ପାଇଁ ଦାୟିତ୍ଵ ଦେଇ ଥିଲେ । ଗତ କାଲି ସିପିଆଇ ( ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ଗଙ୍ଗାଧର ମହାନ୍ତି, ଏଡିଏମ (ରାଜସ୍ୱ) ଙ୍କୁ ସାକ୍ଷାତ କରିଥିଲେ ।ଏଡିଏମ (ରାଜସ୍ୱ) ଙ୍କ ସହିତ ଆଲୋଚନା ହେବା ପରେ,ସେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ (ନିର୍ମାଣ)
ମାନସ ରଞ୍ଜନ ସେଠୀ ଙ୍କୁ
ସାକ୍ଷାତ ପାଇଁ ପରାମର୍ଶ ଦେଇଥିଲେ। ପ୍ରତିନିଧି ଦଳ ମୁଖ୍ୟ ଯନ୍ତ୍ରୀ ଙ୍କ ସହିତ ଆଲୋଚନା ହେବା ପରେ ଶ୍ରୀ ସେଠୀ ,ଜିଲ୍ଲାପାଳ ଦାବୀ
ପତ୍ର ବିଷୟରେ ସରକାର ଙ୍କୁ ଜଣାଇ ଥିଲେ ବୋଲି କହିଥିଲେ। ପୁଣି ଉକ୍ତ ରାସ୍ତା ସମ୍ପର୍କ ରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ସରକାର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଉକ୍ତ ରାସ୍ତା ଖୁବ ଶୀଘ୍ର ମରାମତି ହେବ । ଉକ୍ତ ରାସ୍ତା କୁ ଟେଣ୍ଡର ମାଧ୍ୟମରେ କରିବା ପାଇଁ ଦଳ ତରଫରୁ ମୁଖ୍ୟ ଯନ୍ତ୍ରୀ ଙ୍କୁ ପ୍ରସ୍ତାବ ଦିଆଯାଇଛି । ଉକ୍ତ ପ୍ରସ୍ତାବ କୁ କାର୍ଯ୍ୟକାରୀ ପାଇଁ ଶ୍ରୀ ସେଠୀ ପଦକ୍ଷେପ ଗ୍ରହଣ କରିଛନ୍ତି ।ଉକ୍ତ ଆଲୋଚନା ସମୟରେ ନୀଳଗିରି ର ପୂର୍ତ୍ତ ବିଭାଗ ଏସ ଡି ଓ ଶ୍ରୀନିବାସ ଜେନା ଉପସ୍ଥିତ ଥିଲେ।ତେବେ ନ୍ୟାଯ୍ୟ ଦାବୀ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଥିବାରୁ ,ଶ୍ରୀ ପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।






