ରଜ ସଂକ୍ରାନ୍ତିରେ ମାଛ ତରକାରୀ ଭୋଗ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଲକ ଆରିକମା ପଞ୍ଚାୟତ ମା କୋଶଳାଶୁଣୀ ପୀଠରେ ପବିତ୍ର ରଜ ସଂକ୍ରାନ୍ତି ରେ ଆମିଷ ଭୋଗ ଲାଗି କରାଯାଇଥାଏ. ବହୁ କାଳରୁ ପ୍ରଚଳିତ ଏହି ପରମ୍ପରା ଆଜି ମଧ୍ୟ ଲୋକେ ପାଳନ କରି ଆସୁଛନ୍ତି.ପବିତ୍ର ରଜ ସଂକ୍ରାନ୍ତିରେ ଗ୍ରାମ ନେଳିଆ ପୋଖରୀରୁ ମାଛ ଧରାଯାଇ ପ୍ରତି ଘରକୁ ବାଣ୍ଟିଦିଆଯାଇଥାଏ. ରାତିରେ ପ୍ରତ୍ୟେକ ପରିବାର ମା ଙ୍କ ନିକଟରେ ପହଂଚି ଆମିଷ ଭୋଗ ଲାଗି କରିଥାନ୍ତି.କିମ୍ବଦନ୍ତୀ ଅନୁଯାୟୀ ମା ବହୁ ପୂର୍ବେ କୋଶଳ ରାଜ୍ୟରୁ ଆସିଥିଲେ. କିଛିଲୋକ ମାଙ୍କୁ ନେଇ ଆସି ଏହି ଜଙ୍ଗଲ ମଧ୍ୟରେ ପହଂଚିଥିଲେ. ସେମାନଙ୍କ ପାଖରେ ଖାଦ୍ୟ ଶେଷ ହୋଇଯାଇ ଥିଲା.ମା ଙ୍କ ନିର୍ଦେଶରେ ନିକଟରେ ଥିବା ପୋଖରୀରୁ ମାଛ ଧରି ସମର୍ପଣ କରିଥିଲେ. ସେବେଠାରୁ ପବିତ୍ର ରଜରେ ମାଙ୍କୁ ଆମିଷ ଭୋଗ ଲାଗି ହୋଇଆସୁଛି. ଏଭଳି ନିଆରା ପରମ୍ପରା ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ. ତେଣୁ ମା କୋଶଳାଶୁଣୀ ପୀଠ ଏକ ଶକ୍ତି ପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି. ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି. ପ୍ରତ୍ୟହ ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି.

Sidha Sambad
Author: Sidha Sambad

Leave a Comment

और पढ़ें