ଭଗବାନଙ୍କୁବି ଛାଡ଼ିଲେନି ଦୁର୍ବୃତ୍ତ। ଦୁଇ ମନ୍ଦିରରୁ ସିରିଜ ଚୋରୀ।

👇समाचार सुनने के लिए यहां क्लिक करें

ଭଗବାନଙ୍କୁବି ଛାଡ଼ିଲେନି ଦୁର୍ବୃତ୍ତ।
ଦୁଇ ମନ୍ଦିରରୁ ସିରିଜ ଚୋରୀ।

ନୀଳଗିରି,୧୯/୬(ସିଧାସମ୍ବାଦ);
ସନାତନି ହିନ୍ଦୁଙ୍କ ଅସ୍ଥାର ପ୍ରତୀକ ବିଭିନ୍ନ ଦେବାଦେବୀ। ସେଥିପାଇଁ ତ ରାସ୍ତାରେ ପଥରଟିଏ ପଡ଼ିଥିଲେ ଆପେଆପେ ମଥା ନଇଁଯାଏ। ମନ୍ଦିରଟିଏ ତୋଳି ବିଭିନ୍ନ ଦେବାଦେବୀଙ୍କ ପ୍ରତିମା ସ୍ଥାପନକରି ଇଶ୍ୱରୀୟ ସତ୍ତା ଲାଭ କରୁଥିଲା ବେଳେ ଏବେ କିଛି ଅନାସକ୍ତ ଦୁର୍ବୃତ୍ତ ଭଗବାନଙ୍କ ମନ୍ଦିରରେ ପଶି ଲୁଟ୍ କରିବାକୁ ପଛାଉନାହାନ୍ତି। ବୁଧବାର ରାତିରେ ନୀଳଗିରି ବ୍ଲକର ନରଣପୁର ପଞ୍ଚାୟତ ଟୋକିପଦା ଗ୍ରାମ ସ୍ଥିତ ମା ବୈଷ୍ଣବୀ ଦେବୀ ମନ୍ଦିର ଏବଂ ନୀଳଗିରି ଥାନା ଅଧିନ ଗୋଡ଼ିଶୁଳ ଛକ ତାରିଣୀମନ୍ଦିରରୁ ବିଳମ୍ବିତ ରାତିରେ ଚୋରିହୋଇଥିବା ଦେଖିବାକୁ ମିଳିଛି।ହସ୍ତଗତ ସୂଚନାରୁ ଜଣାପଡ଼ିଛି ଟୋକିପଦା ଗ୍ରାମର ଆରାଧ୍ୟ ଦେବୀ ମା ବୈଷ୍ଣବୀଦେବୀ ମନ୍ଦିର ବୁଧବାର ସନ୍ଧ୍ୟାରେ ମା’ଙ୍କ ନୀତି ସମାପନ ପରେ ପହଡ ପକାଇ ପୂଜକ ଟୁକୁ ନାନା ଘରକୁ ଯାଇଥିଲେ। ସକାଳେ ଗ୍ରାମବାସୀ ମା ଙ୍କ ମନ୍ଦିରର ଚାବି ଭଙ୍ଗାହୋଇଥିବା ଦେଖି ମନ୍ଦିର ପୂଜକଙ୍କୁ ଖବର ଦେବାସହ ବରହମପୁର ପୋଲିସକୁ ଖବର ଦେଇଥିଲେ। ମନ୍ଦିର ମଧ୍ୟରେ ମା ଙ୍କ ଚିତା, ଅନ୍ୟାନ୍ୟ ଅଳଙ୍କାର ଚୋରୀ ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅନୁରୂପ ଭାବେ ଜାମୁଡ଼ିହା ପଞ୍ଚାୟତ ଗୋଡ଼ିଶୁଳ ଛକଠାରେ ଥିବା ତାରିଣୀ ମନ୍ଦିରରୁ ଲୁଟ୍ ହୋଇଥିବା ଖବର ଆଜି ସକାଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ମା ଙ୍କର ପିନ୍ଧିଥିବା ଅଳଙ୍କାର, ଦାନ ହୁଣ୍ଡି ବାକ୍ସକୁ କିଛି ଦୁର୍ବୁତ୍ତ ଚାବିଭାଙ୍ଗି ଚୋରୀ କରି ନେଇଯାଇଥିଲେ । ଦାନବାକ୍ସ କୁ ଭାଲୁକାଶୁଣି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ ଉଭୟ ମନ୍ଦିରରେ ସନ୍ଧାନୀ କୁକୁର ଓ ସାଇଣ୍ଟଫିକ୍ ଟିମ ପହଞ୍ଚି ତଦନ୍ତ କରିଥିଲେ।ତେବେ କିଛିଦିନ ହେବ ନୀଳଗିରି ଅଞ୍ଚଳରେ ଥିବା ବିଭିନ୍ନ ଦେବା ଦେବୀ ମନ୍ଦିରରୁ ଲୁଟେରା ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି | ଯାହା ଭକ୍ତ ଏବଂ ଶ୍ରଦ୍ଧାଳୁ ଙ୍କ ଭାବାବେଗକୁ ଆଘାତ ଦେଉଛି।ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ପୋଡ଼ାଶୁଳ ଛକଠାରେ ଥିବା ମା ଶ୍ୟାମାକାଳୀ ମନ୍ଦିର, ଚତର ଗ୍ରାମର ଥିବା ଶନି ମନ୍ଦିରରୁ ସମାନ ଢଙ୍ଗରେ ଅଳଙ୍କାର ସମେତ ଦାନ ହୁଣ୍ଡି ଲୁଟି ନେଇଥିଲେ ଦୁବୃର୍ତ୍ତ।

Sidha Sambad
Author: Sidha Sambad

Leave a Comment

और पढ़ें