ଜବରଦସ୍ତି ବାହାହେବା ପରେ ଯୌତୁକ ନିର୍ଯାତନା ସହିତ ମାରିଦେବା ନେଇ ଧମକ ଦେଇଥିବା ନେଇ ଯୁବତୀଙ୍କ ମାଆ ଥାନାର ଦ୍ବାରସ୍ଥ ହେବାପରେ ନୀଳଗିରି ପୋଲିସ ୫ଜଣକୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ ୨୦୨୪ମସିହା ଡିସେମ୍ବର ୫ତାରିଖରେ ବସ୍ତାଥାନା ବାଉଁଶମୁଖା ଗ୍ରାମର ଏକାଦଶୀ ମୁଖୀଙ୍କ ନାବାଳିକା ଝିଅ ।

👇समाचार सुनने के लिए यहां क्लिक करें

ନାବାଳିକା ଯୁବତୀକୁ ଜୋର ଜବରଦସ୍ତି ବାହାଘର ନେଇ ଥାନାରେ ଅଭିଯୋଗ ଆଣିଲେ ଯୁବତୀଙ୍କ ମାଆ।
ଯୁବକ କୋର୍ଟ ଚାଲାଣ |
ନୀଳଗିରି -୨୦/୬(ସିଧାସମ୍ବାଦ);
ଜୈନିକ ଯୁବକ ଜଣେ ନାବାଳିକା ଯୁବତୀକୁ ଜୋରଜବରଦସ୍ତି ବାହାହେବା ପରେ ଯୌତୁକ ନିର୍ଯାତନା ସହିତ ମାରିଦେବା ନେଇ ଧମକ ଦେଇଥିବା ନେଇ ଯୁବତୀଙ୍କ ମାଆ ଥାନାର ଦ୍ବାରସ୍ଥ ହେବାପରେ ନୀଳଗିରି ପୋଲିସ ୫ଜଣକୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ ୨୦୨୪ମସିହା ଡିସେମ୍ବର ୫ତାରିଖରେ ବସ୍ତାଥାନା ବାଉଁଶମୁଖା ଗ୍ରାମର ଏକାଦଶୀ ମୁଖୀଙ୍କ ନାବାଳିକା ଝିଅ ପଦ୍ମାବତୀ (ଛଦ୍ମନାମ) ୧୬ବର୍ଷକୁ ନୀଳଗିରିଥାନା ନରସିଂହପୁର ଗ୍ରାମର ରମେଶ ମୁଖୀଙ୍କ ପୁଅ ପ୍ରଶାନ୍ତ ମୁଖି (୨୧) ଜୋର ଜବରଦସ୍ତି ଉଠାଇ ଆଣି ବାହାଘର କରିନେଇଥିବା ବେଳେ ଦୀର୍ଘ ପାଞ୍ଚମାସ ଧରି ଲୁଚାଇ ରଖିବା, ଗର୍ଭବତୀ କରିବା ସହ, ପରବର୍ତ୍ତୀ ସମୟରେ ଯୌତୁକ ଦାବିକରି ମାନସିକ ଯନ୍ତ୍ରଣା ଦେବା ସହିତ ପିଟାମାରା କରୁଥିବା ନେଇ ନାବାଳିକା ଯୁବତୀଙ୍କ ମାଆ ଟିକିଲି ମୁଖୀ ଶୁକ୍ରବାର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ପ୍ରଶାନ୍ତଙ୍କ ସହିତ ବଡ଼ଭାଇ ପ୍ରଭାତ, ମାଆ ଦମୟନ୍ତୀ, ଭିଣୋଇ ଗଦାଧର, ଭଉଣୀ ସସ୍ମିତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ନୀଳଗିରି ଥାନାରେ କେସନଂ ୨୨୪/୨୫ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ତେବେ ଉଭୟ ପୁଅଝିଅ ଏବଂ ପରିବାରଙ୍କ ସହମତିରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ନାବାଳିକା ଝିଅର ବାପା ଉଭୟ ପୁଅଝିଅଙ୍କ ବିବାହ କରାଇଥିବା ଜଣଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें