ଅଜଣା ୪ଯୁବକ ଫେରାର, ଘଟଣା ସ୍ଥଳରୁ ବନ୍ଧୁକ ଜବତ କଲା ପୋଲିସ।

👇समाचार सुनने के लिए यहां क्लिक करें

ଅଜଣା ୪ଯୁବକ ଫେରାର, ଘଟଣା ସ୍ଥଳରୁ ବନ୍ଧୁକ ଜବତ କଲା ପୋଲିସ।
ନିଳଗିରି,୨୨/୬(ସିଧାସମ୍ବାଦ);
ଏକ ବଡ଼ ଧରଣର ଡକାୟତ ପାଇଁ ୪ଜଣ ଅଜଣା ଯୁବକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ନିଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ପୋଲିସ ଦେଖି ୪ଅଜଣା ଯୁବକ ନିକଟସ୍ଥ ପଞ୍ଚଲିଙ୍ଗେଶ୍ଵର ପାହାଡ଼ କୁ ଦୌଡ଼ି ପଳାଇଥିଲେ। ପୋଲିସ ମଧ୍ୟ ସେମାନଙ୍କ ପିଛା କରି ଥିଲା। ଦୌଡ଼ି ପଳାଇ ଯିବା ସମୟରେ ଏକ ବନ୍ଧୁକ ପକାଇ ନିଘଞ୍ଚ ପାହାଡ଼ କୁ ପଳାଇ ଯାଇଥିଲେ। ନିଳଗିରି ପୋଲିସ ବନ୍ଧୁକ କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁସାରେ ସନ୍ତରଗଡିଆ କଲେଜ ଅନତି ଦୂରରେ ଏହି ଅଜଣା ୪ଜଣ ଯୁବକ ବଡ଼ ଧରଣର ଡକାୟତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବାର ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏନେଇ ନିଳଗିରି ଥାନାରେ ଏକ ଆର୍ମସ ଧାରାରେ ଏକ ମାମଲା ରୁଜୁ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें