ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ହେଲେ ଉତ୍ତରାଞ୍ଚଳ ସାଂଗଠନିକ

👇समाचार सुनने के लिए यहां क्लिक करें

ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ହେଲେ ଉତ୍ତରାଞ୍ଚଳ ସାଂଗଠନିକ ସମ୍ପାଦକ।
ନୀଳଗିରି,୨୩/୬(ସିଧାସମ୍ବାଦ);
ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କୁ ନିଖିଳ ଭାରତ ଓଡିଆ ଅଧ୍ୟାପକ ସମ୍ମିଳନର ଉତ୍ତରାଞ୍ଚଳ ସାଂଗଠନିକ ସମ୍ପାଦକ ଭାବରେ ମନୋନୀତ କରାଯାଇଅଛି। ସୂଚନା ଗତ ୨୨ ତାରିଖ ଦିନ ଭୁବନେଶ୍ଵରସ୍ଥିତ କିସ୍ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ସମ୍ମେଳନର ବାର୍ଷିକ ସମାବେଶରେ ସର୍ବସମ୍ମତି କ୍ରମେ ସମଗ୍ର ଓଡିଶାର କର୍ମକର୍ତ୍ତା ଚୟନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ପାଇଁ ଜଣେ ଦକ୍ଷ, ସୁବକ୍ତା, ଛାତ୍ରବତ୍ସଳ ଅଧ୍ୟାପକ, ସଂଗଠକ ଭାବରେ ଜଣାଶୁଣା ଡ. ମିଶ୍ରଙ୍କୁ ସାଂଗଠନିକ ସମ୍ପାଦକ ଭାବରେ ମନୋନୀତ କରାଯାଇଛି। ଫଳରେ ବାଲେଶ୍ଵର ଭଦ୍ରକ ଓ ମୟୂରଭଞ୍ଜର ଅଧ୍ୟାପକ ମାନଙ୍କୁ ମିଳିତ କରି ଭାଷା ସାହିତ୍ୟକୁ ଆଗେଇ ନେବେ ବୋଲି ଡ. ମିଶ୍ର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟ ପାଇବାପରେ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Sidha Sambad
Author: Sidha Sambad

Leave a Comment

और पढ़ें