୮ ଦଫା ଦାବି ନେଇ ଅଲ୍ ଓଡିଶା ପରିବହନ ଚାଳକ ସଂଘ ପକ୍ଷରୁ ଆସନ୍ତା ୮ ରୁ ଷ୍ଟେରିଙ୍ଗ ଛାଡ଼ି ଆନ୍ଦୋଳନ ଚେତାବନୀ |
ନୀଳଗିରି, ୨୪/୬ (ସିଧା ସମ୍ବାଦ); ବିଭିନ୍ନ ସମସ୍ୟାକୁ ନେଇ ଜୁଝୁଥିବା ବେଳେ ଆସନ୍ତା ଜୁଲାଇ ୮ ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ଼ି ଗାଡ଼ି ଚାଳନା କାର୍ଯ୍ୟରୁ ନିବୃତ ରହିବାକୁ
ସରକାର ଓ ପ୍ରଶାସକଙ୍କ ଠାରେ ଦୃଢ ଚେତାବନୀ ଦେଇଛନ୍ତି ଅଲ୍ ଓଡିଶା ପରିବହନ ଚାଳକ ସଂଘର ସଦସ୍ୟ ମାନେ | ପ୍ରମୁଖ
୮ ଦଫା ଦାବି ମଧ୍ୟରେ ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ | ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ୍ ପ୍ରଣୟନ, ବୃଦ୍ଧିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ି ଗୁଡ଼ିକ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପ୍ରତି ୧୦୦ କିଲୋମିଟର ଅନ୍ତରରେ ପାକିଂ ସହିତ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା,ରାଜ୍ୟ ରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦ ପ୍ରତିଶତ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ରୂପେ ଘୋଷଣା, ଡ୍ରାଇଭିଙ୍ଗ ଲାଇସେନ୍ସ
ରେ ତ୍ରୁଟି ଥିବା ଜନ୍ମ ତାରିଖ ସଂଶୋଧନର ସରଳି କରଣ ବ୍ୟବସ୍ଥା ଏତଦଭିନ୍ନ ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ଦେୟ ମୁକ୍ତ ସଦସ୍ୟତା, ଭଳି ପ୍ରମୁଖ ଦାବୀ ମାନ ରହି ଅଛି | ତେବେ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ବାରମ୍ବାର ସରକାରଙ୍କୁ ଅବଗତ କରାଇ ଆସୁଥିଲେ ହେଁ ମାତ୍ର ଗୋଟିଏ ଦାବି ପୂରଣ ହୋଇଛି ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ଏଥି ମଧ୍ୟରୁ ଅନେକ ଗୁଡ଼ିଏ ମୁଖ୍ୟ ସମସ୍ୟାର ସମାଧାନ ଅଦ୍ୟାବଧି ହୋଇପାରି ନାହିଁ । ସରକାର ସମସ୍ୟା ଗୁଡ଼ିକୁ ସମାଧାନ କରିବା ନିମନ୍ତେ କୌଣସି ଆଗ୍ରହ ପ୍ରକାଶ କରୁନଥିବାରୁ ପୂର୍ବ ୨୯/୦୩/୨୫ ତାରିଖ ଠାରୁ ଦୀର୍ଘଦିନ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇପାରି ନାହିଁ ।
ଯାହାଦ୍ଵାରା ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି | ଏନେଇ ଜୁଲାଇ ୮ ତାରିଖ ସୁଦ୍ଧା ସରକାର ଯଦି ଡ୍ରାଇଭର ମାନଙ୍କର ସମସ୍ୟାର ସମାଧାନ ନ କରି ଅଣଦେଖା କରନ୍ତି, ତାହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଙ୍ଗି ଛାଡ଼ ଆନ୍ଦୋଳନ କରିବା ସହିତ ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରାଯିବ |ଏଥିପାଇଁ ଯଦି ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହୁଏ ବା ଜନ ଜନଜୀ ଉପରେ ପ୍ରଭାବ ପଡ଼େ ତେବେ ଅପ୍ରୀତିକର ପରିସ୍ଥିତି ଉପୁଜେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅଲ୍ ଓଡିଶ ପରିବହନ ଚାଳକ ସଂଘ ନୀଳଗିରି ଶାଖା ପକ୍ଷରୁ ଏକ ଦାବୀ ପତ୍ର ନୀଳଗିରି ଉପଜିଲ୍ଲା ପାଳ, ତହସିଲଦାର, ଅଗ୍ନି ଶ୍ରମସେବା ବିଭାଗ, ସ୍ଥାନୀୟ ଥାନା କୁ ପ୍ରଦାନ କରାଯାଇଛି | ଦାବିପତ୍ର ଦେବା ସମୟରେ ନୀଳଗିରି ଶାଖା ସଭାପତି ସନିଆ ସିଂ, ଉପସଭାପତି ସନ୍ୟାସୀ ସିଂ, କୋଷାଧ୍ୟକ୍ଷ ରାଜେଶ କୁମାର ସିଂ, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ |




