ଡ଼ାଇରିଆ ସଚେତନତା କାର୍ଯ୍ୟକ୍ରମ |

👇समाचार सुनने के लिए यहां क्लिक करें

ଡ଼ାଇରିଆ ସଚେତନତା କାର୍ଯ୍ୟକ୍ରମ |

ନୀଳଗିରି, ୨୪/୬(ସିଧାସମ୍ବାଦ); ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତର ସ୍ଵୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଗ୍ରାମରେ ମହିଳା ମାନଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରାଇଥିଲେ | ଖାଇବା ପୂର୍ବରୁ ହାତକୁ ଭଲ ଭାବେ ସାବୁନରେ ହାତଧୋଇ ଖାଇବା ସହିତ ପାଣିକୁ ଭଲଭାବରେ ଫୁଟାଇ ଥଣ୍ଡା କରି ପିଇବା, ଫୁଟାଇ ନପାରିଲେ ହାଲୋଜିନ ବଟିକା ପାଣିରେ ମିଶାଇ ଏକ ଘଣ୍ଟା ପରେ ସେବନ କରିବା | ଝାଡ଼ା ହେଲେ ଓଆରଏସ୍ ପାଣି ପିଇବା | ତିନି ରୁ ଅଧିକ ଝାଡ଼ା ହେଲେ ନିକଟସ୍ଥ ଡାକ୍ତରଖାନା ରେ ତୁରନ୍ତ ପହଞ୍ଚି ଚିକିତ୍ସା କରାଇବା | କାର୍ଯ୍ୟକ୍ରମ କୁ ତାଲିମ ପ୍ରାପ୍ତ ବବିତା ପାତ୍ର ଙ୍କ ନେତୃତ୍ଵରେ ସଚେତନତା ରାଲି କରାଯାଇଥିଲା | ଆଜି ଏହି ସଚେତନତା କାର୍ଯ୍ୟକ୍ରମ ଜଡ଼ିଦା ପଞ୍ଚାୟତର ଜୋକଲଣ୍ଡା ଓ ଜଗନ୍ନାଥପୁର ଗ୍ରାମରେ କରାଇଥିବା ବେଳେ, କାର୍ଯ୍ୟକ୍ରମରେ ଜଡିଦା ପଞ୍ଚାୟତର ସିଆରପି
ଜୟପ୍ରଭା ସେନାପତି,
ଟ୍ରେନର ସସ୍ମିତା ବେହେରା,
ଗୀତାଞ୍ଜଳି ପାତ୍ର,ରୁବୀ ପାଢୀ, ଜ୍ୟୋସ୍ନାରାଣୀ ଜେନା, ସଂଯୁକ୍ତl ବେହେରା, ମଞ୍ଜୁଲତା ପାତ୍ର,ଅଞ୍ଜଳି ପାତ୍ର, ଚନ୍ଦ୍ରକାନ୍ତି ବେହେରା, ପ୍ରତିଭା ପାତ୍ର,ସଂଯୁକ୍ତା ବେହେରା,ଅର୍ଚ୍ଚନା ବେହେରା, ପ୍ରିୟତମା ପରିଡ଼ା, ଶୁଭଶ୍ରୀ ପାତ୍ର, ହେମଲତା ବେହେରା, ପ୍ରଭାସିନୀ ବେହେରା, ସମେତ କୋଡ଼ିଏ ରୁ ଉର୍ଦ୍ଧ ସ୍ୱୟଂ ସହାୟିକା ମହିଳା ଗ୍ରାମ ପରିକ୍ରମା କରିବା ସହିତ ସଚେତନ ଯାତ୍ରାରେ ସାମିଲ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें