ନୀଳଗିରି -୨୭/୬(ସିଧାସମ୍ବାଦ);
ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟ ସନ୍ନିକଟ ତେଲିପାଳ ପଞ୍ଚାୟତ ପୁଟିବନ୍ଧ ହୁଡିସାହି ନିକଟରେ ଗତ ୧୫ତାରିଖ ଏକ ହାତୀମୃତ୍ୟୁ ହୋଇଥିବା ଖବରପାଇ କୁଳଡିହା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଏକ ଗଳିତ ହାତୀ ଦେଖିବାକୁ ପାଇ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ନମୁନା ସଂଗ୍ରହ କରି ଲେବରିଟୋରୀକୁ ପରୀକ୍ଷା ପାଇଁ ପଠାଇଥିଲେ। ଘଟଣାକୁ ଗୁରୁତ୍ବଦେଇ ବନବିଭାଗ ତଦନ୍ତ ଜାରି ରଖିଥିବା ବେଳେ ୧୭ତାରିଖରେ ପୁଟିବନ୍ଧ ଗ୍ରାମରୁ ଦଶରଥ ସିଂ ନାମକ ଜୈନିକ ସନ୍ଦିଗ୍ଧକୁ ଗିରଫ କରିଥିଲେ।ଦଶରଥଙ୍କୁ ଗିରଫ କଲାପରେ ଦନ୍ତାହାତୀ ଶୀକାରକରି ଦାନ୍ତ ଲୁଟିନେଇଥିବା ସ୍ବୀକାର ପରେ ଏଥିରେ ଅନ୍ୟମାନେ ସଂପୃକ୍ତ ଥିବା ଜଣାପଡିଥିଲା। ବନବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତିନିଦିନ ତଳେ ମୁନା ସିଂ ନାମକ ସନ୍ଦିଗ୍ଧକୁ ଗିରଫ କରିଥିଲେ। ଘଟଣା ଲୋକଲୋଚନକୁ ଆସିବାପରେ ଶୁକ୍ରବାର ଅପରାହ୍ନରେ ନୀଳଗିରି ବିଜେଡ଼ି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଗୋଟିଏ ସମ୍ବେଦନଶୀଳ ବିରୋଧୀଦଳ ଭାବେ ସଂପୃକ୍ତ ଘଟଣାରେ ଭଉଁରିଆବାଡ ପଞ୍ଚାୟତ ଜଡିବାଲି ନିକଟସ୍ଥ ଭୋଳଡାଙ୍ଗର ସ୍ଥିତ ଏକ ଫାର୍ମହାଉସରେ ପଣ୍ଡା ସିଂ ଏବଂ ଲେକେ ସିଂ ନାମକ ଦୁଇଜଣ ସନ୍ଦିଗ୍ଧ ଫାର୍ମହାଉସ ରେ ଗତ ଗୁରୁବାର ରାତିରେ ଆସି ଗୋପନ ରେ ରହିଥିବା ବେଳେ ଶୁକ୍ରବାର ସକାଳେ ତପନ ନାମକ ଅନ୍ୟଜଣେ ସଦିଗ୍ଧ ଫାର୍ମହାଉସ୍ ପହଞ୍ଚି ଲୋକପ୍ରତିନିଧିଙ୍କ ଶରଣାପନ୍ନ ହୋଇଥିବା ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଉକ୍ତ ଫାର୍ମହାଉସରେ ଶରଣାଗତ ଥିବା ହାତୀଦାନ୍ତ ଚୋରାଚାଲାଣ ଶିକାରୀଙ୍କୁ ଆଶ୍ରୟଦେବାକୁ ସାଧାରଣରେ ନିନ୍ଦା କରାଯାଇଛି। ତେବେ ଜୈନିକ ଜନପ୍ରତିନିଧି ହାତୀଦାନ୍ତ ଶିକାରକରି ଆତ୍ମଗୋପନ କରିଥିବା ଶିକାରୀଙ୍କୁ ନିଜ ଫାର୍ମହାଉସରେ ରଖିବା, ନୀଳଗିରି ଅଞ୍ଚଳରେ ଦୈନନ୍ଦିନ ଖଣିଜ ସଂପଦ ଲୁଟ୍ କରି ଚୋରାଚାଲାଣ ଚାଲିଥିବା ଭଳି ଘଟଣା ବୃଦ୍ଧିପାଇବାରେ ବର୍ତ୍ତମାନର ସରକାରଙ୍କ ଅପାରଗତା ପାଇଁ ପ୍ରଶାସନିକକଳ ଶିଥଳ ଏବଂ ଉଦାସୀନ ହୋଇପଡ଼ିବା ଅବଶ୍ୟମ୍ଭାବୀ ବୋଲି ଶ୍ରୀଯୁକ୍ତ ନାୟକ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ। ଏହି ଘଟଣାରେ ବନବିଭାଗକୁ ଯୋଗାଯୋଗ କରିବାରୁ ତଦନ୍ତଜାରି ରହିଥିବାରୁ ତଦନ୍ତରେ ବ୍ୟାଘାତଘଟିବ ବୋଲି ବାଲେଶ୍ୱର ଭାରପ୍ରାପ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଭୟ ଦଳେଇ ପ୍ରତିକ୍ରିୟା ରଖିଛନ୍ତି।




