ପୁରୀ : ଆଜି ତିନିରଥ ପରମ୍ପରା ଅନୁଯାୟୀ ଦକ୍ଷିଣ ମୋଡ କରାଯିବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଥିବା ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇ ନାକଚଣା ଦ୍ୱାର ନିକଟକୁ କରାଯିବ। ପ୍ରଥମେ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯିବା ବିଧି ଅଛି। ସେଠାରେ ଦକ୍ଷିଣଙ୍କୁ ମୁହଁକରି ତିନିରଥ ରଖାଯିବ। ଶ୍ରୀଗୁଣ୍ଡିଚା ଓ ବାହୁଡା ପରେ ଘଣ୍ଟୁଆ ମାନେ ମିଳିତ ଘଣ୍ଟବାଦ୍ୟ ପରିବେଷଣ କରିବେ। ଆଗାମୀ ୫ ତାରିଖ ଦଶମୀ ତିଥିରେ ମହାପ୍ରଭୁ ରଥରେ ବସି ବାହୁଡା ବିଜେ କରିବେ। ମହାଲକ୍ଷ୍ମୀଙ୍କୁ ଦେଇଥିବା କଥାରଖି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ପ୍ରଶାସନ 




