ବିଧାୟକ ସନ୍ତୋଷ ଖଟୁଆ ବିଜେଡ଼ିନେତ୍ରୀ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିଜେଡି ମହିଳାକର୍ମୀଙ୍କ ଥାନାର ଦ୍ବାରସ୍ଥ।

👇समाचार सुनने के लिए यहां क्लिक करें

ବିଧାୟକ ସନ୍ତୋଷ ଖଟୁଆ ବିଜେଡ଼ିନେତ୍ରୀ ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିଜେଡି ମହିଳାକର୍ମୀଙ୍କ ଥାନାର ଦ୍ବାରସ୍ଥ।
ନୀଳଗିରି,୩/୭(ସିଧାସମ୍ବାଦ);
କୁଳଡିହା ଅଭୟାରଣ୍ୟରେ ହାତୀ ଶିକାର ଏବଂ ଦାନ୍ତ ଲୁଟ୍ ଘଟଣାରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ସଂପୃକ୍ତିନେଇ ଜୁଲାଇ ୨ତାରିଖରେ ଶଙ୍ଖଭବନରେ ବିଜେଡ଼ି ନେତ୍ରୀ ତଥା ଦଳୀୟ ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଏବଂ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଥିଲେ। ସୂଚନା ଅନୁଯାୟୀ ଗତ ଜୁନ୧୫ ତାରିଖରେ ଏକ ବିରାଟକାୟ ଦନ୍ତାହାତୀର ମୃତଦେହ ମିଳିବା ଏବଂ ଏହାର ଦାନ୍ତ ସହିତ ଦେହାବଶେଷ ଲୁଟ୍ ଘଟଣାରେ ବନବିଭାଗ ମୋଟ ୫ଜଣ ଶିକାରୀଙ୍କୁ ଗିରଫ କରିବା ଏବଂ ତନ୍ମଧ୍ୟରୁ ୩ଜଣ ଶିକାରୀ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ଫାର୍ମହାଉସରୁ ଗିରଫ କରିବା ଘଟଣା ଯାହା ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଏବଂ କୁଳଡିହା ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ବାର୍ତ୍ତାଳାପ ସୋସିଆଲ ମିଡିଆରେ ପ୍ରଚାରିତ ହେବାପରେ ଈର୍ଷା ପରାୟଣ ହୋଇ ବିଧାୟକ ସନ୍ତୋଷ କୁମାର ଖଟୁଆ କିଛି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟାଦେଇ ଡ଼ଃ ଲେଖାଶ୍ରୀଙ୍କୁ ଆପତ୍ତିଜନକ, ଅସଭ୍ୟ , ଅଶ୍ଳୀଳ ମନ୍ତବ୍ୟ ଯଥା ଧନ୍ଦାବାଲି, ରାତିରେ ଲୋକଙ୍କ ପାଖରେ ଶୋଇ ଟିକେଟ ହାତେଇବା, ଧନ୍ଦାବାଲି ପରି ମୁହଁ ଦିଶିବା ଆଦି ଅଭଦ୍ରୋଚିତ ମନ୍ତବ୍ୟ ଦେଇଥିଲେ। ସୋସିଆଲ ମିଡିଆରେ ଏନେଇ ଖବର ପ୍ରଚାରିତ ହେବାପରେ ଗୁରୁବାର ସନ୍ଧ୍ୟାରେ ବିଜେଡ଼ି ଦଳର ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ମହିଳା ଏବଂକର୍ମୀ ନୀଳଗିରି ଥାନା ଆଇଆଇସିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିବା ସହିତ ବିଧାୟକ ନାରୀ ସମାଜ ପାଖରେ କ୍ଷମା ମାଗନ୍ତୁ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଏଥି ସହିତ କେନ୍ଦ୍ରର ମୋଦି ସରକାର ଏବଂ ରାଜ୍ୟର ମୋହନ ସରକାର ନାରୀଙ୍କୁ ସମ୍ମାନ ଦେବାକଥା କହୁଥିବା ବେଳେ ତାଙ୍କ ଦଳର ଜଣେ ବିଧାୟକଙ୍କ ମନ୍ତବ୍ୟ ପରେ ସାରାରାଜ୍ୟରେ ମହିଳା ନିଜକୁ ଅସୁରକ୍ଷିତ ମନେକରିବା ସହିତ ଡବଲ ଇଞ୍ଜିନ ସରକାର କହି ଡିଣ୍ଡିମ ପିଟୁଥିବା ଏବଂ ନାରୀଶକ୍ତିର ଉନ୍ନତି କଥା କହୁଥିବା ସରକାରର ଏହା କଣ ପ୍ରକୃତ ପରିଚୟ କି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ସହିତ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି ହୋଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ
ଜୋରଦାର କରାଯିବ ବୋଲି ଅଭିଯୋଗ କରିଥିବା ନାରୀନେତ୍ରୀ ଆଶୋକାସିନି ନାୟକ, ଶାନ୍ତିଲତା ବିଶ୍ୱାଳ ଏବଂ ସୋମବାରୀ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें