୫ ଫୁଟର ନାଗ ଉଦ୍ଧାର |

👇समाचार सुनने के लिए यहां क्लिक करें

୫ ଫୁଟର ନାଗ ଉଦ୍ଧାର |

ନୀଳଗିରି, ୩/୭(ସିଧାସମ୍ବାଦ); ନୀଳଗିରି ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଡାହାଣିମରା ଗ୍ରାମରୁ ଏକ ୫ ଫୁଟିଆ ନାଗ ସାପ ଉଦ୍ଧାର କରାଯାଇଛି । ସାପଟି ଲଗାଣ ବର୍ଷା ଯୋଗୁଁ ନିକଟସ୍ଥ ପାହାଡ଼ରୁ ଖସି ଆସି ଗ୍ରାମବାସୀଙ୍କ ଘରେ ପଶିବା ସହ କୁକୁଡ଼ା ଭାଡି ଭିତରେ ପଶି ଅଣ୍ଡା ଖାଇବା ସହ କୁକୁଡ଼ା ମାରିଦେଉଥିଲା ।ଆଜି ସାପଟି ମଞ୍ଜୁ ସିଂ ଙ୍କ ବାଡ଼ି ରେ ଥିବା ଏକ ପଥର ତଳେ ଥିଲା, ଏହା ଦେଖି ଗ୍ରାମବାସୀ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତ ଙ୍କୁ ଖବର ଦେଇଥିଲେ । ଶ୍ରୀ ରାଉତ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ଵର୍ଣଚୂଡ଼ ଜଙ୍ଗଲ ପାଦଦେଶ ରେ ଛାଡ଼ିଦେଇଛନ୍ତି । ବିଗତ ଦିନ ମାନଙ୍କରେ ଏମିତି ଅନେକ ସାପ ନୀଳଗିରି ରୁ ଉଦ୍ଧାର ହୋଇଥିବା ବେଳେ ନୀଳଗିରି ବନବିଭାଗ ନିକଟରେ ସାପ ଧରିବା ପାଇଁ ସରକାରୀ କର୍ମଚାରୀ ନାହାନ୍ତି ଯାହାକି ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଆଗାମୀ ଦିନରେ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें