ଉଚ୍ଚ ଶିକ୍ଷା ନିମନ୍ତେ ଛାତ୍ରୀ ସଂଯୁକ୍ତା ଙ୍କୁ ସହଯୋଗ ହାତ ବଢାଇଲେ ସମାଜ ସେବୀ ସ୍ନିଗ୍ଧା ସ୍ନେହାଦର୍ଶିନୀ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୩|୭ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡ଼ିଆ ଗ୍ରାମର ପଞ୍ଚାନନ ନାୟକଙ୍କ ଝିଅ ସଂଯୁକ୍ତା ଗତ ୨୦୨୪ ଫେବୃଆରୀରେ ମାତ୍ର ୧୪ ବର୍ଷ ବୟସରେ ବାଲ୍ୟବିବାହର ଶିକାର ହୋଇଥିଲା। ଯୁବ ସମାଜସେବୀ ସୁଦୀପ୍ତ କୁମାର ସାହୁଙ୍କ ଉଦ୍ୟମକ୍ରମେ ସେହି ସମୟରେ ନାବାଳିକାକୁ ଉଦ୍ଧାର କରାଯିବା ସହ ତା ପାଇଁ ପାଠପଢାର ବ୍ୟବସ୍ଥା କରାଯାଇଥିଲା। ସଂଯୁକ୍ତା ପାଠପଢି ଦଶମ ପରୀକ୍ଷାରେ ୪୯ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲା। ମାତ୍ର ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ଛାତ୍ରୀ ସଂଯୁକ୍ତା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବାକୁ ଯାଉଥିବା ନେଇ ସମାଜସେବୀ ସୁଦୀପ୍ତଙ୍କ ଠାରୁ ସମାଜସେବୀକା ସ୍ନିଗ୍ଧା ସ୍ନେହଦର୍ଶିନୀ ଅବଗତ ହେବା ପରେ ତାଙ୍କୁ ସହଯୋଗର ହାତ ବଢାଇଥିବା ଜଣାଯାଇଛି। ସ୍ନିଗ୍ଧାଙ୍କ ଆର୍ଥିକ ସହଯୋଗରେ ଛାତ୍ରୀ ସଂଯୁକ୍ତା ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ କଳା ଶ୍ରେଣୀରେ ନାମ ଲେଖାଇ ପାଠ ପଢିବାର ସୁଯୋଗ ପାଇଥିବାରୁ ସଂଯୁକ୍ତାଙ୍କ ପରିବାରବର୍ଗ ଆନନ୍ଦ ପ୍ରକାଶ କରିଛନ୍ତି।ସମାଜସେବିକା ସ୍ନିଗ୍ଧା ଗରିବ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମାଜରେ ଅନ୍ୟମାନଙ୍କ ପାଇଁଁ ଉଦାହରଣ ପାଲଟିଛନ୍ତି। (ଫଟୋ ପଠାଇଛି)

Sidha Sambad
Author: Sidha Sambad

Leave a Comment

और पढ़ें