ମଟରସାଇକେଲ ଚୋରୀ ଘଟଣାର ପର୍ଦ୍ଦାଫାସ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୪|୭ (ସିଧା ସମ୍ବାଦ) ଖଣ୍ଡପଡ଼ା ଥାନା ଅଧିନ କଣ୍ଟିଲୋ ଫାଣ୍ଡି ପୋଲିସ ମଟରସାଇକେଲ ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ କଣ୍ଟିଲୋ ଗ୍ରାମର ଆଶୁତୋଷ ମିଶ୍ର ଓ ନିକଟସ୍ଥ ବଡବାଣପୁର ଗ୍ରାମର ହାଡ଼ିବନ୍ଧୁ ପ୍ରଧାନ ଓ ସନ୍ତୋଷ ପ୍ରଧାନଙ୍କୁ ସୋମବାର ଗିରଫ କରି ଅଦାଲତ ଚାଲାଣ କରିଥିବା କଣ୍ଟିଲୋ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାଶଙ୍କ ଠୃରୁ ପ୍ରକାଶ। ଘଟଣାରୁ ପ୍ରକାଶ ଗତ ଫେବୃଆରୀ ମାସ ୯ ତାରିଖରେ କଣ୍ଟିଲୋ ବାପୁଜୀ ନଗର ବାସିନ୍ଦା ଅନନ୍ତ ମହାପାତ୍ରଙ୍କର ଏକ ମଟରସାଇକେଲ ଚୋରୀ ହୋଇଥିବା ନେଇ ସେ କଣ୍ଟିଲୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ ହେଁ ଲୁଟେରାଙ୍କ ସଂପର୍କରେ ସେହି ସମୟରେ କୌଣସି ଟେର ପାଇପାରିନଥିଲା।ତେବେ ଚୋରି ହୋଇଥିବା ମଟରସାଇକେଲର ଇଞ୍ଜିନ କଣ୍ଟିଲୋ ପେଟ୍ରୋଲ ଟାଙ୍କି ନିକଟରେ ଥିବା ଆଶୁତୋଷ ମିଶ୍ରଙ୍କ ଗ୍ୟାରେଜରେ ସନ୍ତୋଷ ପ୍ରଧାନଙ୍କ ମଟରସାଇକେଲରେ ଲଗା ଯାଉଥିବା ନେଇ ଅନନ୍ତ ବିଶେଷ ସୁତ୍ରରୁ ସୂଚନା ପାଇବା ପରେ କଣ୍ଟିଲୋ ଫାଣ୍ଡି ପୋଲିସକୁ ପୁର୍ନବାର ଲିଖିତ ଭାବେ ଜଣାଇଥିଲେ। କଣ୍ଟିଲୋ ଫାଣ୍ଡି ଅଧିକାରୀ ଉକ୍ତ ମଟରସାଇକେଲ ଗ୍ୟାରେଜରେ ପହଞ୍ଚି ଯାଞ୍ଚ କରିବାରେ ଚୋରୀ ହୋଇଥିବା ଅନନ୍ତଙ୍କ ମଟରସାଇକେଲ ଇଞ୍ଜିନର ନଂ ସହ ଗ୍ୟାରେଜରେ ଆଉ ଏକ ମଟରସାଇକେଲରେ ଲଗାଯାଇଥିବା ଇଞ୍ଜିନର ନମ୍ବର ମେଳ ଖାଇଥିଲା।କଣ୍ଟିଲୋ ଫାଣ୍ଡି ପୋଲିସ ମଟରସାଇକେଲ ଚୋରୀ ଘଟଣାର ପର୍ଦ୍ଦାଫାସ କରିବାସହ ଏହି କାରବାରର ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଆଉ କିଏ କିଏ ଏହି ଘଟଣାରେ ସଂପୃକ୍ତ ଅଛନ୍ତି ସେ ସଂର୍ପକରେ ଖୋଳତାଡ କରୁଥିବା କଣ୍ଟିଲୋ ଫାଣ୍ଡି ସୁତ୍ରରୁ ପ୍ରକାଶ। ଏହି ଘଟଣା କଣ୍ଟିଲୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Sidha Sambad
Author: Sidha Sambad

Leave a Comment

और पढ़ें