ଚୀନକୁ ଖୁବଶୀଘ୍ର ଉଡିବ ବିମାନ: ୫ବର୍ଷ ଅପେକ୍ଷାର ଅନ୍ତ ଘଟିବ I

👇समाचार सुनने के लिए यहां क्लिक करें

ନୂଆଦିଲ୍ଲୀ  (ସିଧା ସମ୍ବାଦ) ୦୩/୧୦ : ଦୀର୍ଘ ୫ବର୍ଷ ହେବ  ବନ୍ଦ ରହିଥିଲା ଭାରତ ଏବଂ ଚୀନ ମଧ୍ୟରେ ବିମାନ ସେବା  । ଯାହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବାରୁ ଦୁଇ ଦେଶ  ମଧ୍ୟରେ ବିମାନ ସେବା ସିଧାସଳଖ ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍‍ । ଅକ୍ଟୋବର  ୨୬ତାରିଖରୁ ଏହି ସେବା ଆରମ୍ଭ ହେବ । ବିମାନ ସେବର ଆରମ୍ଭ ପାଇଁ ଚୁକ୍ତିନାମା ସଂଶୋଧନ କରିବାକୁ ଦୁଇ ଦେଇ ମଧ୍ୟରେ ବୈଷୟିକ ସ୍ତରୀୟ ଆଲୋଚନା ହୋଇଛି ।

ଅକ୍ଟୋବର ଶେଷ ସୁଦ୍ଧା ବିମାନ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ! ଚୀନ୍‍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଏହି ବିମାନ ସେବା ପୁଣି ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଛି ।ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଚଳିତ ମାସ ଶେଷ ସୁଦ୍ଧା ପୁନଃ ଆରମ୍ଭ ହୋଇପାରେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଆରମ୍ଭରୁ ଉଭୟ ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ କରିବା ଏବଂ ଏକ ସଂଶୋଧିତ ବିମାନ ସେବା ଚୁକ୍ତିନାମା ଉପରେ ଅନେକ ବୈଷୟିକ ଆଲୋଚନା କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें