ବୋଲଗଡ (ସିଧା ସମ୍ବାଦ)୦୩/୧୦: ବୋଲଗଡ ସଦର ଠାରେ ଅବସ୍ଥିତ ନାରାୟଣୀ ସେବା ସଙ୍ଘ ଓରଫ ବାପୁ କୁଟୀ ଠାରେ ପଵିତ୍ର ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି ଏହି ଅବସରରେ ସଂଘର ୩୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି. ସଭାପତି ଅଧ୍ୟାପକ ସୁନୀଲ କୁମାର ରଥ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ କମଳା ନେହେରୁ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଡ଼.ସୁଶାନ୍ତ କୁମାର ପଟ୍ଟନାୟକ ଯୋଗଦେଇ ଅସହାୟ ଗରିବ ଙ୍କ ସେବା ହିଁ ପ୍ରକୃତ ମାଧବ ସେବା ବୋଲି ଗାନ୍ଧୀ ନିଜ ଜୀବନରେ ପ୍ରମାଣିତ କରିଥିଲେ. ବୋଲଗଡ ଠାରେ ଖଦିକେନ୍ଦ୍ର ତାହାର ପ୍ରକୃଷ୍ଟ ନିଦର୍ଶନ. ସେହିପରି ଛୁଆଁ ଅଛୁଆଁ ଭେଦ ଭାବ ନିଶା ନିବାରଣ ଆଦି ବୋଲଗଡ ଇତିହାସରେ ଲିପିବଦ୍ଧ ହୋଇଛି.ପ୍ରାରମ୍ଭରେ ରାମଧୂନ ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ସମ୍ମାନିତ ଅତିଥି ତଥା ଜିଲ୍ଲାପରିଷଦ ସଭ୍ୟା ସୁନନ୍ଦିତା ସାହୁସରପଞ୍ଚ ଗୀତାଞ୍ଜଳି ସାହୁ ସମିତିସଭ୍ୟା ନିର୍ମଳା ପ୍ରଧାନ,ଓ ଶିକ୍ଷାବିତ ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ.ଅନ୍ୟମାନଙ୍କ ମଧ୍ୟରେ ଇଂ ଅକ୍ଷୟ କୁମାର ପଟ୍ଟନାୟକ ଶିକ୍ଷାବିତ ଗୋପୀନାଥ ଖାଡ଼ଙ୍ଗା ରାଧେଶ୍ୟାମ ରାୟଗୁରୁ ମହାପାତ୍ର, ରଘୁନାଥ ଦଳବେହେରା ଲଲାଟ କେଶରୀ ସିଂ ଯୋଗଗୁରୁ ଭାଗିରଥି ସେଠି ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ.ସମ୍ପାଦକ ଗୌରାଙ୍ଗ ଚମ୍ପତ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ. ଏହି ଅବସରରେ ଅମୃତ କଳସ ସେବାରେ ୨୯ଜଣ ଗରିବ ଙ୍କୁ ୧ମାସ ପାଇଁ ରାସନ ଯୋଗାଇ ଦିଆଯାଇଥିଲା. ଏଥିସହ ଶାଢ଼ୀ ଚାଦର ଗାମୁଛା ଓ ଲୁଙ୍ଗି ପ୍ରଦାନ କରାଯାଇଥିଲା. ଏହି ଅବସରରେ ସମାଜସେବୀ ପୁର୍ଣଚନ୍ଦ୍ର ନାୟକ ଓ ରାମଚନ୍ଦ୍ର ମାର୍ଥାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା.ଦୈନିକ ଅନ୍ନ ପ୍ରସାଦ ସେବା ହିତାଧିକାରୀ ମାନଙ୍କୁ ମଧ୍ୟ ସେବା ଯୋଗାଇ ଦିଆଯାଇଥିଲା.ପରିଶେଷରେ ଦେବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ. ସଦସ୍ୟ ପ୍ରମୋଦ କୁମାର ଓଝା ବିଜୟ କୁମାର ସାହୁ ତପନ ଵେବର୍ତ୍ତା ପଟ୍ଟନାୟକ ସନ୍ତୋଷ ବୈରୀଗଞ୍ଜନ, ସିଶ୍ରିତା ପ୍ରିୟଦର୍ଶିନୀଓ ପ୍ରତୀକ୍ଷା ଦଳବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.






