ବାମକାଳୀ ସ୍ପୋର୍ଟସ କ୍ଲବ ପକ୍ଷରୁ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ।

👇समाचार सुनने के लिए यहां क्लिक करें

ନୀଳଗିରି-୪/୧୦(ସିଧାସମ୍ବାଦ);
ନୀଳଗିରି ଉପଖଣ୍ଡ ଦକ୍ଷିଣ ନରସିଂହପୁର ଗ୍ରାମ ପଞ୍ଚାୟତ ଗାଙ୍ଗପୁରା ଗ୍ରାମରେ ମା ବାମକାଳୀ ସ୍ପୋର୍ଟସ କ୍ଲବ ତରଫରୁ ଚାଳିଶ ବର୍ଷରୁ ଉର୍ଦ୍ଧ ବୟସର ଖେଳାଳି ମାନଙ୍କୁ ନେଇ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳି ପୂର୍ଣ୍ଣଚ଼ନ୍ଦ୍ର ପଣ୍ଡା ଉପସ୍ଥିତରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ୮ଟି ଦଳ ଅଶଂଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ମା ବାସୁଳି ଫୁଟବଲ୍ କ୍ଲବ୍ ବଡୁଆ ଏବଂ ସୁତେଇ ଫାଇଟର ଫୁଟବଲ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପେନାଲ୍ଟି ସୁଟ ଆଉଟରେ ମା ବାସୁଳି ଫୁଟବଲ୍ କ୍ଲବ୍ ବଡୁଆ ବିଜେତା ହୋଇଥିଲା।କମଳଲୋଚନ ପଣ୍ଡା, ସୁଜିତ ପ୍ରଧାନ, ସତ୍ୟଦେବ ପ୍ରଧାନ, ଦେବାଶିଷ ମହାପାତ୍ର, ପଙ୍କଜ ପ୍ରଧାନ, ବିଶ୍ଵଜିତ ମହାରଣା, ଲଳିତ ମହାରଣା, ଶୁଭମ୍ ପ୍ରଧାନ,ବିସ୍ମୟ ମଲିକ୍, କମଳଲୋଚନ ନାୟକ, ରୁପମ୍ କୁମାର ପ୍ରଧାନ, ବନମାଳି ପ୍ରଧାନ, ମହେଶ୍ୱର ପଣ୍ଡା, ତ୍ରିଲୋଚନ ପରିଡ଼ା ପ୍ରମୁଖ କ୍ଲବ୍ ର ସଦସ୍ୟ ଉପସ୍ଥିତ ରହି ଖେଳକୁ ପରିଚାଳନା ଦିଗରେ ସହଯୋଗ କରୁଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें