ନୀଳଗିରି,୪/୧୦(ସିଧାସମ୍ବାଦ)
ପରିବେଶ ଓ ସୁନ୍ଦର ପୃଥିବୀ ନିର୍ମାଣ ପାଇଁ ଗାନ୍ଧୀଜୟନ୍ତୀ ଅବସରରେ ନୀଳଗିରି ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ମାୟାଧର ମହାନ୍ତିଙ୍କ ତତ୍ତ୍ବାବଧାନରେ ବୃକ୍ଷରୋପଣ କରାଯାଇଛି। ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ବରିସାହି ବଟେଶ୍ବର ମନ୍ଦିର ପାର୍ଶ୍ବ ଓ ଗ୍ରାମଭିତରେ ଏହି ବୃକ୍ଷରୋପଣ କରାଯାଇଥିଲା।ଅବାଧ ବୃକ୍ଷ ଛେଦନ କାରଣରୁ ପରିବଶର ସନ୍ତୁଳନ ବିଗୁଡୁଥିବାରୁ ପରିବେଶର ସନ୍ତୁଳନକୁ ସଜାଡିବା ପାଇଁ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଥିଲେ।ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ଆଦ୍ୟାଶା ରାଉତ,ଶାନ୍ତିଲତା ସ୍ବାଇଁ ଓ ଗ୍ରାମର କିଛି ସଦସ୍ୟ ଉପସ୍ଥିତ ରହିଥିଲେ।






