ସାମଗ୍ରୀ ସହ ସିସିଟିଭି ହାର୍ଡ ଡ଼ିକ୍ସ ଚୋରି I

👇समाचार सुनने के लिए यहां क्लिक करें

ରାଇଘର ୫/୧୦(ସିଧାସମ୍ବାଦ): ନବରଙ୍ଗପୁର ଜିଲ୍ଲା ରାଇଘର ଘରେ କେହି ନଥିବା ବେଳେ ରାଇଘର ବ୍ଲକ କଦୋଭାଟା ସାହିରେ ରହୁଥିବା ପୂର୍ବତନ ଉନୟନ ପରିଷଦ ଅଧକ୍ଷ ଉପେନ୍ଦ୍ର ଗଣ୍ଡଙ୍କ ଘରୁ ଦୁର୍ବୁତ୍ତ ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି ସାମଗ୍ରୀ ସହ ସିସିଟିଭି ହାର୍ଟ ଡ଼ିକ୍ସ କୁ ମଧ୍ୟ ନେଇ ଯାଇଛନ୍ତି ଚରଙ୍କ ଏ ଭଳି ଚତୁରତା କୁ ନେଇ ପୋଲିସ ଚକିତ ହୋଇଯାଇଛି ପୋଲିସ ସୂତ୍ରରୁ ପ୍ରକାଶ ଗତ ୩୦ ତାରିଖରେ ଦଶହରା ଦେଖିବା ପାଇଁ ଶ୍ରୀ ଗଣ୍ଡ ତାଙ୍କ ନିଜ ଗାଁ ହଳଦୀକୁ ଯାଇଥିଲେ ଶନିବାର ଅପରାହ୍ନରେ ଫେରିବା ପରେ ଘରର ମୁଖ୍ୟଦ୍ୱାର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ଚୋରି କରିଥିବା ଜାଣିବାକୁ ପାଇଥିଲେ ତୁରନ୍ତ ପୋଲିସ କୁ ଖବର ଦେଇଥିଲେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଚୋର ଅତି ଚତୁରତାର ସହ ସିସିଟିଭି ହାର୍ଡଡ଼ିକ୍ସକୁ ଖୋଲି ନେଇଯାଇଥିବା ପୋଲିସ କହିଛି ଗତ ଏକ ତାରିଖରେ ଦୁର୍ବୁତ୍ତ ମାନେ ଶ୍ରୀ ଗଣ୍ଡଙ୍କ ଘରେ ପଶି ପରେ ପଡସୀ ବିଜୟ ପଢ଼ିଙ୍କ ଘରେ ପଶିଥିଲେ ସେହି ସମୟରେ ପଡିଶା ଘରର ଝିଅ ପାଠ ପଢୁଥିଲା ଶବ୍ଦ ଶୁଣି ସେ ବାହାରକୁ ଯାଇ ଦେଖିଲା ବେଳେ କେହି ଘରର ତାଲା ଭାଙ୍ଗୁଥିବା ଦେଖି ପାଟି କରିଥିଲା ସାହି ପଡିଶା ଲୋକେ ଉଠି ଆସିବାରୁ ଦୁର୍ବୁତ୍ତ ମାନେ ଦୌଡ଼ି ପଳେଇଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें