ଏଥର ସୁଭଦ୍ରା ଯୋଜନାରେ ମିଳିବ ୧୦ ହଜାର ଟଙ୍କା

👇समाचार सुनने के लिए यहां क्लिक करें

ଭୁବନେଶ୍ୱର୧/୧୧,(ସିଧାସମ୍ବାଦ)ରାଜ୍ୟ ସରକାରଙ୍କ ବୃହତ୍‌ ଆକାଂକ୍ଷୀ ଯୋଜନା ‘ସୁଭଦ୍ରା ଯୋଜନା’ରେ ସାମିଲ ହେବା ପାଇଁ ପୁଣି ଥରେ ସୁବର୍ଣ୍ଣ ସୁଯୋଗ ଆସିଛି। ଦୀର୍ଘ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତ ଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲି ଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିଲେ ସେହି ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ। ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ଏହି ସବୁ ଯୋଗ୍ୟତା ରହିଵା ଆବଶ୍ୟକ। ଯଥା:

-ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।
-ଆବେଦନକାରୀ NFSA ଵା SFSS ଅନ୍ତର୍ଭୁକ୍ତ ହୋଇଥିବେ। NFSA ଵା SFSSରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ। ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଅଧିକ ହୋଇନଥିବ।
-ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍। ତେବେ ଆପଣ ବି ଯଦି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାନ୍ତି ତେବେ ଆଜିହିଁ ଆବେଦନ କରନ୍ତୁ।https://youtu.be/39IjUL10P8s

Sidha Sambad
Author: Sidha Sambad

Leave a Comment

और पढ़ें