ଅଧାରେ ଅଟକିଛି ନାୟିକା

👇समाचार सुनने के लिए यहां क्लिक करें

ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଆଶ୍ରମ’ ପରେ ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ ନୂଆ ଓଡ଼ିଆ ଛବି ‘ନାୟିକା’ରେ ପୁଣି ଏକ ଦମ୍‌ଦାର ଚରିତ୍ରରେ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହି ସିନେମାର କାହାଣୀ ନବେଦଶକର ଜଣେ ମଞ୍ଚ ଅଭିନେତ୍ରୀଙ୍କ ଜୀବନୀ ଉପରେ ଆଧାରିତ ବୋଲି ବି ଆଲୋଚନା ହେଉଥିଲା। ଏଥିରେ ଶୀର୍ଷକ ଭୂମିକାରେ ଅଭିନୟ କରିବାକୁ ସମ୍ମତି ଦେଇଥିଲେ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ତଥା ରୂପେଶ କୁମାର ନାୟକଙ୍କ ପ୍ରଯୋଜିତ ‘ନାୟିକା’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନାଟ୍ୟକାର ଶଙ୍କର ତ୍ରିପାଠୀ। ପୁଣି ଓଲିଉଡ୍‌ ନାୟିକା ସୂର୍ଯ୍ୟମୟୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ ଲାଗି ଚୁକ୍ତିବଦ୍ଧ କରାଯାଇଥିଲା। କିନ୍ତୁ ଏ ଯାଏ ସିନେମାଟି ଫ୍ଲୋରକୁ ଆସିପାରିନାହିଁ। ଏ ବର୍ଷ ‘ଆଶ୍ରମ’ ପରେ ମହାଶ୍ବେତାଙ୍କୁ ଦର୍ଶକ ‘ନାୟିକା’ରେ ଦେଖିବେ ବୋଲି ଆଶା ବାନ୍ଧିଥିଲେ। ଚିତ୍ରନାଟ୍ୟ-ସଂଳାପ ଓ କଳାକାର ଚୟନ ଛଅ ମାସରୁ ଅଧିକ ସମୟ ହେବ ସରିଥିଲେ ବି ଫ୍ଲୋର୍‌କୁ ଯାଇପାରିନି ‘ନାୟିକା’। କାରଣ କ’ଣ? ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏବେ ‘ରାମରାଜ୍ୟ’ ଓ ‘ମଙ୍ଗଳପୁର ଡାଏରି’କୁ ନେଇ ବ୍ୟସ୍ତ ଥିବା ବେଳେ ଡିସେମ୍ବରରେ ତାଙ୍କର ନୂଆ ସିନେମା ‘ମ‌ନଷ୍ଟର୍’ର ସୁଟିଂ ଆରମ୍ଭ ହୋଇଯିବ। ଏଭଳି ସ୍ଥିତିରେ ‘ନାୟିକା’ର ସୁଟିଂକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେବେ ସିନେମାର ପ୍ରଯୋଜନାରେ ପରିବର୍ତ୍ତନ ଯୋଗୁଁ ବିଳମ୍ବ ଘଟୁଛି ‌ବୋଲି ଚାଲିଥିବା ଚର୍ଚ୍ଚାକୁ ସତ୍ୟ ବୋଲି ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ।

Sidha Sambad
Author: Sidha Sambad

Leave a Comment

और पढ़ें