ସରକାର ଦେଲେ ଚାଷୀଙ୍କ ପାଇଁ ଖୁସି ଖବର I

👇समाचार सुनने के लिए यहां क्लिक करें

ଦେଲେ ସରକାର । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ଦେବେ ସରକାର । ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ଟଙ୍କା ଦେବେ ରାଜ୍ୟ ସରକାର  । ପୂର୍ବରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ ଚାଷୀ । ଏବେ କ୍ଵିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ରାଜ୍ୟ ସରକାର । ଗ୍ରେଡ଼-ଏ ଧାନ ପାଇଁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧୮୯ ଟଙ୍କା ଦେବେ ସରକାର । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।  ବର୍ଦ୍ଧିତ ଏମଏସପି ଦର ଅନୁସାରେ କେନ୍ଦ୍ର ସରକାର କ୍ଵିଣ୍ଟାଲ ପିଛା ୨୩୬୯ ଟଙ୍କା ସ୍ଥିର କରିଥିଲେ ଏବଂ ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ୮୦୦ଟଙ୍କା ଇନ୍‌ପୁଟ ସବସିଡ଼ି ଦେଉଛନ୍ତି

Sidha Sambad
Author: Sidha Sambad

Leave a Comment

और पढ़ें