ମିଳିଲା ଖବର ଏହି ଦଳ ବିଜେତା ନୂଆପଡା ରେ ଜିତିଲା ଏହି ଦଳ ସତ ହୋଇଗଲା ନେତାଙ୍କ ଭବିଷ୍ୟବାଣୀ ୩୦ ହଜାର ଭୋଟରେ ଆଗରେ ରହିଛି ଏହି ଦଳ

👇समाचार सुनने के लिए यहां क्लिक करें

ମିଳିଲା ଖବର ଏହି ଦଳ ବିଜେତା

ନୂଆପଡା ରେ ଜିତିଲା ଏହି ଦଳ
ସତ ହୋଇଗଲା ନେତାଙ୍କ ଭବିଷ୍ୟବାଣୀ
୩୦ ହଜାର ଭୋଟରେ ଆଗରେ ରହିଛି ଏହି ଦଳ

 

ନୂଆପଡ଼ା ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ । ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆପଡ଼ା ରେଜଲ୍ଟ ଆସିବାକୁ ଥିବାବେଳେ, ଏବେଠୁ କିନ୍ତୁ ନୂଆପଡ଼ା ବିଜୟ ନେଇ ନେତା କଲେଣି ଭବିଷ୍ୟବାଣୀ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କଂଗ୍ରେସର ନେତା ଏବେଠୁ ନୂଆପଡ଼ାରେ ନିଜ ନିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିବା ଆରମ୍ଭ କରିଥିବାବେଳେ, ନୂଆପଡ଼ାରେ କିଏ ବାଜି ମାରୁଛି, ଏବେ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ତେବେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ନୂଆପଡ଼ା ରେଜଲ୍ଟକୁ ନେଇ ବଡ଼ ବୟାନ ରଖିବା ସହିତ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ସେପଟେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ବିଜେପି ନେତା ସଞ୍ଜୟ ରଥ ଭବିଷ୍ୟବାଣୀ କରିଛନ୍ତି । ବିଜେପି ସବୁବେଳେ ସବୁ ନିର୍ବାଚନକୁ ଚ୍ୟାଲେଞ୍ଜ ଭାବେ ନିଏ, ଆଉ ଏଥର ମଧ୍ୟ ନେଇଛି ବୋଲି କହିବା ସହିତ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ ବୋଲି ସେ କହିଛନ୍ତି । ତେବେ ବିଜୟର ବ୍ୟବଧାନ ନେଇ ବିଜେପି ନେତା ସେମିତି କିଛି ବି କହିନଥିଲେ ବି, ବିଜେପି ବାଏ ଇଲେକ୍ସନ ଜିତିବ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ନେତା ଅମୀୟ ପାଣ୍ଡବ କହିଛନ୍ତି, ଯଦି କଂଗ୍ରେସ ନେତାଙ୍କ ପ୍ରତି ଥିବା ଭଲ ପାଇବା ଭୋଟକୁ ସତରେ କନଭର୍ଟ ହେଇଥିବ, ତେବେ ନିଶ୍ଚୟ କଂଗ୍ରେସ ନେତା ଘାସିରାମ ମାଝୀ ନିର୍ବାଚନରେ ବିଜୟୀ ହେବେ । ତେବେ ନଭେମ୍ବର ୧୪ରେ ଆସିବ ନୂଆପଡ଼ା ରେଜଲ୍ଟ । ଯାହାକି ତିନି ଦଳର ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଧାରଣ କରିବ ।

ସିଧା ସମ୍ବାଦ

Sidha Sambad
Author: Sidha Sambad

Leave a Comment

और पढ़ें